ପାରାଦୀପରେ ବୋଇତ ବନ୍ଦାଣ ଉତ୍ସବ ଉଦ୍ଘାଟିତ

Nov 15, 2024 - 22:01
 99
ପାରାଦୀପରେ ବୋଇତ ବନ୍ଦାଣ ଉତ୍ସବ ଉଦ୍ଘାଟିତ

ପାରାଦୀପ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଜଗତସିଂପୁର ଜିଲ୍ଲା ପାରାଦୀପ ବନ୍ଦର ପରିସରରେ ଉଦ୍ଘାଟିତ ହେଲା ବୋଇତ ବନ୍ଦାଣ ଉତ୍ସବ। ଉତ୍ସବକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ସାମିଲ ଥିଲେ ତାଙ୍କ ଦୁଇ ପୁତ୍ର ଓ ପତ୍ନୀ। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ବହୁ ପୁରୁଣା। କଳିଙ୍ଗର ସାଧବ ପୁଅ ବିଦେଶ ଯାଇଥିଲେ। ସେହି ମୁହୂର୍ତ୍ତକୁ କାର୍ତ୍ତିକ ପୂର୍ଣ୍ଣିମାରେ ସ୍ମରଣ କରି ଆମେ ବୋଇତ ବନ୍ଦାଣ ଉତ୍ସବ ପାଳନ କରୁଛୁ। ଏହି ଉତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।