ଉଇନର ଆସୋସିଏସନ ପକ୍ଷରୁ ଧୁମଧାମ ରେ ପ୍ରଭୁ ଗଣେଶଙ୍କୁ ସ୍ୱାଗତ

Sep 8, 2024 - 21:03
 6
ଉଇନର ଆସୋସିଏସନ ପକ୍ଷରୁ ଧୁମଧାମ ରେ ପ୍ରଭୁ ଗଣେଶଙ୍କୁ ସ୍ୱାଗତ

ଭୁବନେଶ୍ୱର: ଉଇନର ଆସୋସିଏସନ ପକ୍ଷରୁ ଧୁମଧାମ ରେ ପ୍ରଭୁ ଗଣେଶଙ୍କୁ ସ୍ୱାଗତ କରାଯାଇଛି । ଓଡିଶା ରେ ବଡ ଗଣେଶ କରି ଆସୁଥିବା ଉଇନର ଆସୋସିଏସନ ଶହୀଦ ନଗର ଚଳିତ ବର୍ଷ ମଧ୍ୟ ୪୬ ଫୁଟ ଉଚ୍ଚତା ପ୍ରଭୁ ଗଜାନନ ଙ୍କ ବିଗ୍ରହ କରିବା ସହ ତାଙ୍କର ପୁରା ପରିବାର କୁ ମେଢ଼ ରେ ସ୍ଥାନ ଦିଆଯାଇଛି। ମା ପାର୍ବତୀ ପ୍ରଭୁ ଶିବ ପ୍ରଭୁ ଗଣେଶ ଙ୍କ ସହଧର୍ମିଣୀ ନିଧି ଓ ସିଦ୍ଧି ଭାଇ କାର୍ତ୍ତିକ, ସହିତ ତାଙ୍କର ବାହାନ ମୂଷିକ,ବୃଷଭ, ସିଂହ, ମୟୁର ଙ୍କ ମୂର୍ତ୍ତି ମଧ୍ୟ କରାଯାଇଛି। ପ୍ରଭୁ ଗଣେଷ ଙ୍କ ଆଗମନ ବହୁତ ଧୂମଧାମ ରେ ଅନୁଷ୍ଠିତ ହୋଇଥିଲା। ଭକ୍ତ ମାନଙ୍କ ପ୍ରବଳ ଗହଳି ମଧ୍ୟରେ ଅନୁଷ୍ଠିତ ଆଗମନ କାର୍ଯ୍ୟକ୍ରମ କୁ ସମସ୍ତେ ଉପଭୋଗ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଭଜନ ସନ୍ଧ୍ୟା ରେ ଭାରତୀ ଭୂଷଣ ପଟ୍ଟନାୟକ, ଅନାମିକା ସ୍ୱାଇଁ ପଟ୍ଟନାୟକ, କେ ଲଷ୍ମୀନାରାୟଣ,ବରଦା ଦାଶ, ସ୍ଵର୍ଣଲତା ପାଣି,ସ୍ୱାଗତିକା ସ୍ୱାଇଁ ପ୍ରମୁଖ ଭଜନ ପରିବେଷଣ କରିଥିଲେ। କାଯ୍ୟକ୍ରମ ରେ ଫିଲ୍ମ ଅଭିନେତା ବବି ମିଶ୍ର ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ର ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। କଳାକାର ମାନଙ୍କୁ ମୁଖ୍ୟ ଉପଦେଷ୍ଟା ଉମାନାଥ ମିଶ୍ର ଓ ଉପଦେଷ୍ଟା ଡ଼ ନାରାୟଣ ମହାପାତ୍ର ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ନିରୋଜ ଏବଂ ଟିମ୍ ପରିଚାଳନା କରିଥିଲେ। ଚଳିତ ବର୍ଷ ଦୁବ ପୂଜା ଅର୍ଚ୍ଚନା ଏବଂ ପ୍ରସାଦ ବଣ୍ଟନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।