ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ; ସେପ୍ଟେମ୍ବର ୧୧ ଯାଏଁ ବର୍ଷା ସମ୍ଭାବନା
ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ସୃଷ୍ଟି ହେଲା ଅବପାତ। ଆସନ୍ତା ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ଏହା ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗକୁ ଗତି କରିପାରେ। ଓଡ଼ିଶାର ବିଭିନ୍ନ ସ୍ଥାନରେ ସେପ୍ଟେମ୍ବର ୧୧ ତାରିଖ ଯାଏଁ ପ୍ରବଳ ବର୍ଷା ଆଶଙ୍କା ରହିଛି।