ଦୁଇ ନକ୍ସଲ ନିପାତ, ଜଣେ ସୁରକ୍ଷାକର୍ମୀ ସହିଦ
ବିଜାପୁର: ଛତିଶଗଡ଼ ବିଜାପୁର ଗାଙ୍ଗଲୁର ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଦିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ର ଜଣେ ଯବାନ ସହିଦ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।