କଳାହାଣ୍ଡି ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଡକାୟତି ଘଟଣା : ପୁଣି ଥରେ ଉତ୍କେଲା ଏସବିଆଇ ଶାଖାରେ ଡକାୟତିର ଚିତ୍ର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଉତ୍କେଲା ଷ୍ଟେଟ ବ୍ୟାଙ୍କରୁ ଡ଼କାୟତି ଉଦ୍ୟମ କରିଛନ୍ତି ଦୃର୍ବୁତ୍ତ । ଘଟଣା ସ୍ଥଳରେ ଉତ୍କେଲା ଫାଣ୍ଡି ପୋଲିସ, କେସିଙ୍ଗା ଆଦର୍ଶ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଉତ୍କେଲା ଠାରେ ଥିବା ଏସ ବି ଆଇ ର ପଛ ପଟ ଗ୍ରିଲ ତାଡି ଡକାୟତ ଦଳ ଭିତରକୁ ପଶିଥିବା ସୂଚନା ରହିଛି । ପୁର୍ବରୁ ମଧ୍ୟ ଏହି ବ୍ୟାଙ୍କ୍ ରେ ଡ଼କାୟତି ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି. ମଧ୍ୟ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ସଂଧାନୀ କୁକୁର ସାହାଯ୍ୟ ରେ ପୋଲିସ ତଦନ୍ତ ଚଳାଇଛି । ବ୍ୟାଙ୍କ୍ ରୁ କଣ କଣ ଚୋରି ହୋଇଚି ସେ ବିଷୟରେ ଏ ପର୍ଯ୍ୟନ୍ତ କିଛି ତଥ୍ୟ ମିଳିପାରି ନାହିଁ । କଳାହାଣ୍ଡି ଜିଲ୍ଲାରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ।