ଶ୍ରୀକ୍ଷେତ୍ରର ବରିଷ୍ଠ କବିଙ୍କର ହିନ୍ଦି ଅନୂଦିତ କବିତା ପୁସ୍ତକ ନୂଆ ଦିଲ୍ଲୀଠାରେ ଉନ୍ମୋଚିତ

ନୂଆ ଦିଲ୍ଲୀଠାରେ ଅନୁଷ୍ଠିତ ହୋଇ ଯାଇଥିବା ବିଶ୍ବ ପୁସ୍ତକ ମେଳାରେ ବିଶିଷ୍ଟ ଅନୁବାଦକ ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କ ଦ୍ବାରା ଅନୁଦିତ ପୁରୀର ବରିଷ୍ଠ କବି ଶୈଳବାଳା ମହାପାତ୍ରଙ୍କର କବିତା ପୁସ୍ତକ "ଏକ ବାର ଦିବାର ବନ୍ ଗୟେ ତୋ " ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ଉନ୍ମୋଚିତ ହୋଇ ଯାଇଛି।ପ୍ରଲେକ ପ୍ରକାଶନ ଦ୍ବାରା ପ୍ରକାଶିତ ଏହି ମନୋଜ୍ଞ କବିତା ପୁସ୍ତକଟିକୁ ହିନ୍ଦିର ବିଶିଷ୍ଟ କବି ତଥା ଭାରତୀୟ ଜ୍ଞାନପୀଠର ପୂର୍ବତନ ନିର୍ଦ୍ଦେଶକ ଲୀଳାଧର ମାଣ୍ଡଲୋଇ ଏବଂ ପ୍ରଫେସର ଦିବିକ୍ ରମେଶ ଉନ୍ମୋଚନ କରିଥିଲେ ।ଏହି ଉତ୍ସବରେ ହିନ୍ଦି ଓ ଓଡ଼ିଆ ଭାଷାର ବିଶିଷ୍ଟ କବିଗଣ ଭାରତ ଭୂଷଣ ଆର୍ଯ୍ଯ, ସୁରେଶ ଉନିଆଲ, ରାଜେନ୍ଦ୍ର ଉପାଧ୍ଯାୟ, ରଜନୀକାନ୍ତ ଶୁକ୍ଳ, ସୁନୀଲ ସାକ୍ସେନା ,ମନୀଷ ଜୈନ ,ସୁଧା ଚୌବେ, ମାନସ ରଞ୍ଜନ ମହାପାତ୍ର, ବିରଜା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।