ଟ୍ରେନ୍ ରେ କଟି ଯୁବକ ଓ ଯୁବତୀ ମୃତ

ପୁରୀ: ଟ୍ରେନ୍ ରେ କଟି ଯୁବକ ଓ ଯବତୀଙ୍କ ମୃତ୍ୟୁ ହୋଇଛି। ପୁରୀ ରେଳ ଷ୍ଟେସନ୍ ର କିଛି ଦୂରରୁ ଉଦ୍ଧାର ହୋଇଛି ଦୁଇ ଜଣଙ୍କ ମୃତଦେହ। ଉଭୟଙ୍କ ନିକଟରେ ଥିବା ଆଧାର କାର୍ଡ ରୁ ମିଳିଛି ପରିଚୟ। ଯୁବକଙ୍କ ନାମ ଯତୀନ ଶଙ୍କର ପାଢ଼ୀ ଓ ଯୁବତୀଙ୍କ ନାମ ତୃପ୍ତିମୟୀ ସାହୁ। ଦୁଇ ମୃତକ କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳର ବାସିନ୍ଦା। କୋଟପାଡ଼ ଥାନାକୁ ଖବର ଦେଇଛି ସରକାରୀ ରେଳବାଇ ପୋଲିସ୍।