ଦୁର୍ଘଟଣାରେ ଗୋଟିଏ ପରିବାରର ୪ ମୃତ
ଢେଙ୍କାନାଳ: ଢେଙ୍କାନାଳ ପିଙ୍ଗୁଆ ନିକଟରେ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି। ସ୍ବାମୀ ଓ ସ୍ତ୍ରୀ ସହ ୧୧ ଓ ୫ ବର୍ଷର ଶିଶୁ ପ୍ରାଣ ହରାଇଛନ୍ତି। ସମସ୍ତ ମୃତକ ନିକଟସ୍ଥ ଖଙ୍କିରା ଗାଁର। ପଲସର୍ରେ ଯିବା ବେଳେ ଧକ୍କା ଦେଲା ହାଇୱା। ହାଇୱା ଡ୍ରାଇଭର ଫେରାର ହୋଇଥିବା ଜଣାପଡ଼ିଛି। ଗାଡ଼ି ଜବତ କରିଛି ପୋଲିସ୍।