କଟକରେ ୩ ଜଣଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ ମୋଦି

କଟକ: ଆଜି କଟକରେ ଏକ ସଭା ମଞ୍ଚରେ ତିନି ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶିଷ୍ଟ ଘୋଡ଼ା ନାଚ ଗୁରୁ ଉତ୍ସବ ଦାସଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାରୁ ଅଯୋଧ୍ୟା ବାଇକ ଯାତ୍ରା କରିଥିବା ନୀରୋଦ ବେହେରାଙ୍କୁ ସଂମ୍ବର୍ଦ୍ଧନା ଦିଆଯାଇଛି। ସେହିପରି ଓଡ଼ିଶୀ ସଂଗୀତଜ୍ଞ ଶ୍ୟାମାମଣି ଦେବୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କଲେ ମୋଦି। ଜୁନ ୧୦ ତାରିଖରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଶପଥ ନେବା ନିଶ୍ଚିତ ବୋଲି କହିଛନ୍ତି ମୋଦି।