ଗଂଜାମରେ କାର୍ ଧକ୍କାରେ ୨ କାଉଡିଆ ମୃତ
ଗଂଜାମ : ଆଜି ଗଂଜାମ ଜିଲ୍ଲା ଆସିକା ଓଠରେ କାର୍ ମାଡ଼ିଯିବାରୁ ୨ କାଉଡ଼ିଆଙ୍କର ମୃତ୍ୟୁ ହୋଇଛି ଓ ୧୧ ଜଣ ଆହତ ହୋଇଛନ୍ତି। ଭେଟନଈ-ଭେଜିପୁଟ ରାସ୍ତାରେ ଏହି ଦୁର୍ଘଟଣାଟି ଘଟିଛି|ଘଟଣାସ୍ଥଳରେ ଜଣେ ଓ ମେଡିକାଲରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି | ଆହତ ୧୧ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍କେସିଜିରେ ଭର୍ତ୍ତି କରାଯାଇଛି | ଆସିକାରୁ ଅରଖପୁର ତାଡ଼କେଶ୍ୱର ମନ୍ଦିର ଯିବାବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।