ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ: ଇଭିଏମ୍ ତ୍ରୁଟିରୁ ବିଭିନ୍ନ ସ୍ଥାନରେ ମତଦାନ ବାଧାପ୍ରାପ୍ତ
ଭୁବନେଶ୍ୱର: ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ୫ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଯାଇଛି ଭୋଟିଂ। ତେବେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ ଇଭିଏମ୍ ତ୍ରୁଟି ଯୋଗୁଁ ବିଭିନ୍ନ ସ୍ଥାନରେ ମତଦାନ ବାଧାପ୍ରାପ୍ତ ହୋଇଛି। ବରଗଡ଼ ଜିଲ୍ଲା ମାଷ୍ଟରଟିକ୍ରା ସ୍ଥିତ ୫୬ ଓ ୫୭ନଂ ବୁଥ୍ରେ EVM ତ୍ରୁଟି ଦେଖ ଦେଇଛି। ଗଞ୍ଜାମ ଖଲ୍ଲିକୋଟ ପିଟଣାପଲ୍ଲୀ ଗାଁ ୬୦ନଂ ବୁଥ୍ରେ ମତଦାନ ବିଳମ୍ବ ହୋଇଥିବା ଜଣାପଡ଼ିଛି। ସୋନପୁର ଜିଲ୍ଲା ବିନିକା ଓରିଗାଁ ୧୭ନଂ ବୁଥ୍ରେ ବି ଇଭିଏମ୍ ତ୍ରୁଟିରୁ ମତଦାନ ବିଳମ୍ବ ହୋଇଛି। ସେହିପରି ସମ୍ବଲପୁରରେ ଟିଟିଲାଗଡ଼ ୧୯୧ ଏବଂ ୧୫୧ ନଂ ବୁଥ୍ରେ ମଧ୍ୟ ମତଦାନ ବିଳମ୍ବ ହୋଇଛି।