ମାଓବାଦୀଙ୍କ ସହ ଗୁଳି ବିନିମୟରେ ଯବାନ ଗୁରୁତର

May 20, 2024 - 15:04
 57

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ମାଓବାଦୀ- ସ୍ପେଶିଆଲ ଅପରେସନ ଗ୍ରୁପ୍ (ଏସ୍ ଓ ଜି) ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଶିବନାରାୟଣପୁରରେ ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି। ଏଥିରେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ରାୟପୁରର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭୟାରଣ୍ୟରେ ମାଓବାଦୀ ଥିବା ଖବର ପାଇ ଘଟଣାସ୍ଥଳକୁ ଯାଇଥିଲେ ଯବାନ।