ପୁରୀରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ୍ ସୋ'

ପୁରୀ: ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ୍ ସୋ' ଅନୁଷ୍ଠିତ ହୋଇଛି। ରୋଡ ସୋ' ପୂର୍ବରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ। ମରିଚିକୋଟ ଛକରୁ ଚାଲିଥିଲା ମୋଦିଙ୍କ ରୋଡ୍ ସୋ'। ଏହା ମାର୍କେଟ ଛକରେ ପହଞ୍ଚିଥିଲା। ମୋଦିଙ୍କ ସହ ଉପସ୍ଥିତ ଥିଲେ ବିଜେପି ସଭାପତି ମନମୋହନ ସାମଲ, ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ। ରୋଡ ସୋ' ରେ ବିଜେପିର ବରିଷ୍ଠ ନେତା, କର୍ମୀ, ସମର୍ଥକ ଓ ସାଧାରଣ ଲୋକ ସାମିଲ ଥିଲେ । ପୁରୀ କାର୍ଯ୍ୟକ୍ରମ ସାରି ଅନୁଗୁଳ ଓ କଟକରେ ମୋଦିଙ୍କ ମାରାଥନ ପ୍ରଚାର କାର୍ଯ୍ୟକ୍ରମ ରହିଛି।