ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ ସୁରକ୍ଷା କଡ଼ାକଡ଼ି
ଭୁବନେଶ୍ୱର: ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ପୁରୀ ଗସ୍ତ ସହ ରୋଡ୍ ସୋ ପାଇଁ କଟକଣା ଜାରି କରାଯାଇଛି। ତାଳବଣିଆରେ ପହଞ୍ଚିବାର ୧ ଘଣ୍ଟା ପୂର୍ବରୁ ପୁରୀରେ କଟକଣା ଲାଗୁ ହେବ। ମୋଦିଙ୍କ ଗସ୍ତ ପାଇଁ କଟକଣା କରାଯାଇଥିବା ପୁରୀ ଏସ୍ପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଶ୍ରୀଜିଉଙ୍କ ଦର୍ଶନ ପାଇଁ ସାଢ଼େ ୭ଟାରେ ପହଞ୍ଚିବେ ମୋଦି। ପୁରୀରେ ମୁତୟନ ହେବେ ୬୩ ପ୍ଲାଟୁନ୍ ପୋଲିସ୍ ଫୋର୍ସ।
କାଲି ପୁରୀ ପରେ କଟକରେ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଗସ୍ତ ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ। ୧୫୦ ଅଫିସର, ୨୨ ଏସିପିଙ୍କ ସମେତ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ମୋଦିଙ୍କ ଗସ୍ତ ପାଇଁ ସୁରକ୍ଷା ଦୃଷ୍ଟିରୁ ଡ୍ରୋନ୍ ଉପରେ କଟକଣା ଜାରି କରାଯାଇଛି।