ଭବାନୀପାଟଣାର ପୂର୍ବତନ ବ୍ଲକ ଅଧ୍ଯକ୍ଷ ସ୍ବର୍ଗତ ଶେଷଦେବ ସାହୁଙ୍କ ସ୍ମୃତି ସଭା

Feb 24, 2025 - 22:46
 100
ଭବାନୀପାଟଣାର ପୂର୍ବତନ ବ୍ଲକ ଅଧ୍ଯକ୍ଷ ସ୍ବର୍ଗତ ଶେଷଦେବ ସାହୁଙ୍କ ସ୍ମୃତି ସଭା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଥୁଆପଦର ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପୁର୍ବତନ ବ୍ଲକ ଅଧ୍ୟକ୍ଷ ସ୍ବର୍ଗତ ଶେଷଦେବ ସାହୁଙ୍କ ସ୍ମୃତିଚରଣ ସଭା ଅନୁଷ୍ଠିତ ହୋଯାଇଇଅଛି। ସୂଚନା ଅନୁଯାୟୀ ଶେଷଦେବ ଗତ ଜାନୁଆରୀ ୩୧ ଦିନ ରାତ୍ର ୧୧.୩୦ ସମୟରେ ବୁର୍ଲା ମେଡିକାଲ ଠାରେ ୭୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ସ୍ବର୍ଗତ ସାହୁ ଉତ୍କେଲା ହାଇସ୍କୁଲରୁ ଶିକ୍ଷା ଲାଭ ପରେ ସମାଜସେବା ଆରମ୍ଭ କରିଥିଲେ । ୧୯୮୪-୯୦ ମସିହା ପର୍ଯ୍ୟନ୍ତ ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ଥ‌ିବା ସମୟରେ କର୍ଲାପଡ଼ା ଓ ବୋର୍ତା ମହାବିଦ୍ୟାଳୟ ପ୍ରତି ତାଙ୍କର ବିଶେଷ ଅବଦାନ ରହିଥିଲା। ୧୯୯୦ ମସିହାରେ ସେ କଳାହାଣ୍ଡି ଜିଲ୍ଲା ଜନତା ଦଳ ସଭାପତି ଥିଲେ। ୧୯୯୩ ମସିହାରେ ଥୁଆପଦର ହାଇସ୍କୁଲ ନିର୍ମାଣ, ଅନେକ ମନ୍ଦିର, ରାସ୍ତା, ପୁଷ୍କରିଣୀ ଠାରୁ ଆରମ୍ଭକରି ମୃତ୍ୟୁ ପର୍ଯ୍ୟନ୍ତ ଆଖ ପାଖ ଅଞ୍ଚଳର ଅନେକ ଲୋକଙ୍କ ସୁଖ ଦୁଃଖ ରେ ଛିଡ଼ା ହୋଇ ସାହାଯ୍ୟ କରୁଥିଲେ। ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଆବାହକ ପରମେଶ୍ବର ଯାନି ସରପଞ୍ଚ ଦିଗାମ୍ବର ଲୁହା ରଘୁମଣି ଭାଟି ଗୌନ୍ତିଆ ଦୟାନିଧୂ ନାଏକ ଜିଲ୍ଲା ପରିଷଦ ସଭ୍ୟ ସ୍ବର୍ଗତ ସାହୁଙ୍କ ପାଞ୍ଚ ପୁତ୍ର ସୁରେନ୍ଦ୍ର, ବିରେନ୍ଦ୍ର, ଦେବେନ୍ଦ୍ର, ଧର୍ମେନ୍ଦ୍ର ଓ ଅରବିନ୍ଦଙ୍କ ସମେତ ଭୀଷ୍ମ ସାହୁ, କୁବେର ସାହୁ, ଭାଗିରଥ୍ ଯାନୀ, ରୋହିତ ସାହୁ, ଈଶ୍ବର ସାହୁ, ବୃନ୍ଦା ଗଉଡ, ଭଗବାନ ଦାସ, ଶୁକ ଭୋଇ, ସନ୍ତୋଷ ରଣା, ଲକ୍ଷ୍ମଣ ସାହୁ, ପରମେ ସରାଫ, ରୋହିଦାସ ଲୁହା, ସୁରେନ୍ଦ୍ର ବେମାଲ, ବିଦ୍ୟା ଯୁଆଡ, ଗଙ୍ଗା ସାହୁ, ରବିନ ସାହୁ, ଶତାଧୂକ ଅଞ୍ଚଳବାସୀ ଯୋଗଦେଇଥିଲେ। କଳାହାଣ୍ଡି ଜିଲ୍ଲାରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ