ଆଜି ୧୨୪ଟି ଆମ ବସଷ୍ଟାଣ୍ଡର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆଜି ଓଡିଶାର ୧୩ଟି ଜିଲ୍ଲାର ୨୧ଟି ବ୍ଲକରେ ’ଆମ ବସଷ୍ଟାଣ୍ଡ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ଼ରେ ଉଦ୍ଘାଟନ କରିବେ। ଏହାସହ ୨୬ଟି ଜିଲ୍ଲାରେ ନିର୍ମାଣ ହେବାକୁ ଥିବା ୧୨୪ଟି ବସ୍ଷ୍ଟାଣ୍ଡ ପାଇଁ ଶିଳାନ୍ୟାସ କରିବେ। ଓଏସ୍ଆରଟିସିରୁ ମିଳିଥିବା ସୂଚନା ଅନୁଯାୟୀ, ଓଡିଶାର ସବୁ ବ୍ଲକରେ ‘ଆମ ବସଷ୍ଟାଣ୍ଡ’ ନିର୍ମାଣ କରାଯାଉଛି। ଏବେ ବଲାଙ୍ଗୀର ଜିଲ୍ଲାର ବଙ୍ଗମୁଣ୍ଡା, ଲୋଇସିଂହା, ବୌଦ୍ଧର କଣ୍ଟାମାଳ, ଗଜପତିର ଆର୍.ଉଦୟଗିରି ଓ ଗୁମ୍ମା, ଝାରସୁଗୁଡ଼ାର କୋଲାବିରା, କନ୍ଧମାଳର ଟିକାବାଲି, କେନ୍ଦ୍ରାପଡ଼ାର ମାର୍ଶାଘାଇ, ଆଳି ଓ ଗରଦପୁର, କେନ୍ଦୁଝରରେ ଘଷିପୁରା, ଘଟଗାଁ, ତେଲକୋଇ, କୋରାପୁଟରେ କୋଟପାଡ଼, ମୟୂରଭଞ୍ଜରେ ବେତନଟୀ, ନବରଙ୍ଗପୁରରେ କୋସାଗୁମୁଡ଼ା,ଡାବୁଗାଁ, ନୟାଗଡ଼ରେ ଗଣିଆଁ, ପୁରୀରେ କାକଟପୁର, ସୁବର୍ଣ୍ଣପୁରରେ ବିନିକା ଓ ଉଲୁଣ୍ଡା ବ୍ଲକରେ ନିର୍ମାଣ ହୋଇଥିବା ବସଷ୍ଟାଣ୍ଡକୁ ଉଦ୍ଘାଟନ କରାଯିବ।