ମଝି ଚିଲିକାରେ ଅଟକିଲା ଡଙ୍ଗା
ବ୍ରହ୍ମଗିରି: ମଝି ଚିଲିକାରେ ଅଟକିଲା ଡଙ୍ଗା। ୧୭ ଜଣ ଯାତ୍ରୀଙ୍କ ସହ ୭ଟି ବାଇକ୍ ନେଇ ପୁରୀ ଜିଲ୍ଲା ଜହ୍ନିକୁଦା ଘାଟ ରୁ ସାତପଡ଼ା ଯାଉଥିଲା ଡଙ୍ଗା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗା ଅଟକିଥିବା ସୂଚନା। ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ଵାରା ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।