ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର: ସିଙ୍ଗାପୁର ଗସ୍ତରେ ଯାଉଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁଙ୍କ ଆଶୀର୍ବାଦରେ ବିଦେଶ ଯାଉଛି। ସିଙ୍ଗାପୁରରେ ମୋର ଗୋଟିଏ ବାର୍ତ୍ତା ହେବ, ବ୍ୟବସାୟ ପାଇଁ ଓଡ଼ିଶା ପ୍ରସ୍ତୁତ ଅଛି। ବିକଶିତ ଓଡ଼ିଶା ଗଠନ ପାଇଁ ପୁଞ୍ଜି ନିବେଶ ପାଇଁ ନିମନ୍ତ୍ରଣ କରିବୁ। ‘ରୋଡ୍ ସୋ' ମାଧ୍ୟମରେ ଉଦ୍ୟୋଗୀଙ୍କୁ ଓଡ଼ିଶା ବିଷୟରେ ଜଣାଇବୁ। ଓଡ଼ିଶାର ପ୍ରାକୃତିକ ଓ ଦକ୍ଷ ମାନବ ସମ୍ବଳ, ଶିଳ୍ପ ନୀତି ନେଇ ଜଣାଇବୁ। କେମିକାଲ, ପେଟ୍ରୋ କେମିକାଲ କମ୍ପାନିର ଶୀର୍ଷ ନେତୃତ୍ବଙ୍କ ସହ ଆଲୋଚନା କରିବୁ ବୋଲି ସେ ସୂଚନା ଦେଇଛନ୍ତି।