ଶ୍ରୀଜଗନ୍ନାଥ ଭକ୍ତ ସମାଜ ତରଫରୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ଶୀର୍ଷକ ଆନ୍ତର୍ଜାତିକ ଆଭାସୀ ଆଲୋଚନା ଚକ୍ର ଅନୁଷ୍ଠିତ

Feb 24, 2025 - 22:45
 108
ଶ୍ରୀଜଗନ୍ନାଥ ଭକ୍ତ ସମାଜ ତରଫରୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ଶୀର୍ଷକ ଆନ୍ତର୍ଜାତିକ ଆଭାସୀ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ଭକ୍ତ ସମାଜ ତରଫରୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ଶୀର୍ଷକ ଏକ ଆନ୍ତର୍ଜାତିକ ଆଭାସୀ ଆଲୋଚନା ଚକ୍ର ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଶଂକର୍ଷଣ ମଂଗରାଜଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ତଥା ଦେଶର ବିଭିନ୍ନ ରାଜ୍ୟରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ମାନେ ଯୋଗଦାନ କରି ଶ୍ରୀଜଗନ୍ନାଥ କଥାମୃତ ପାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ମନ୍ଦିର ପୁରୋହିତ ପ୍ରଫେସର ପୂର୍ଣ ଚନ୍ଦ୍ର ମହାପାତ୍ର ଶ୍ରୀଜଗନ୍ନାଥ ହଁ ପୁରୁଷୋତ୍ତମ ତାଙ୍କର ମହିମା ଅପାର ସେ ସର୍ବ ନିୟନ୍ତା, ସର୍ବ ଧର୍ମ ସମନ୍ବୟର ପ୍ରତୀକ କହିବା ସହ ଶ୍ରୀକ୍ଷେତ୍ରର ଐତିହାସିକ ତଥ୍ୟକୁ ଲୋକ ଲୋଚନକୁ ଆଣିବା ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ସମାଜସେବୀ ଡ଼.ନାରାୟଣ ମହାପାତ୍ର,ଡ଼.ବାବାଜୀ ଚରଣ ଦାଶ୍, ପ୍ରଫେସର ସତ୍ୟନାରାୟଣ ଦାଶ୍, ଇସ୍କନ ମାୟାପୁରରୁ ବାବାଜୀ ଭକ୍ତ ପୁରୁଷୋତ୍ତମ ଦାସ୍,ଅଧ୍ୟାପିକା କଲ୍ୟାଣୀ ନନ୍ଦି, ଦିଲ୍ଲୀ ,ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ ତଥା ପଶ୍ଚିମବଙ୍ଗର ଅନେକ ଭକ୍ତ ଯୋଗଦାନ କରିଥିଲେ। ଗୀତିକାର ଭାରତୀ ଭୂଷଣ ପଟ୍ଟନାୟକ ଗୀତଗୋବିନ୍ଦ ଗାନ, ପଣ୍ଡିତ ଆଲୋକ ଚନ୍ଦ୍ର ମିଶ୍ର ବେଦପାଠ କରିଥିଲେ।ଉପ-ସଭାପତି ଡ.ପ୍ରଦୀପ ଚନ୍ଦ୍ର ଆଚାର୍ଯ୍ୟ, ସଂପାଦକ ଡ଼ ଶଶିକାନ୍ତ ରଥ ସଭା ପରିଚାଳନା କରିଥିଲେ।ଡ଼. ଆଲୋକ ଚନ୍ଦ୍ର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଅନୁଷ୍ଠାନର ସମସ୍ତ ଭକ୍ତ ଯୋଗଦାନ କରି କଥାମୃତ ପାନ କରିଥିଲେ।