ଲା୍ୟନ୍ସ କ୍ଲବ ପ୍ରିୟଦର୍ଶିନୀ ତରଫରୁ ଗୁରୁଦିବସ ପାଳିତ ବରିଷ୍ଠ ଶିକ୍ଷକ, ଶିକ୍ଷୟତ୍ରୀ ଓ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ

ଭୁଭୁବନେଶ୍ୱର,05-09:ଡା. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନ ଉପଲକ୍ଷେ ଆଜି ସଂନ୍ଧ୍ୟାରେ ନୟାପଲ୍ଲୀ ଭି ଆଇ ପି କଲୋନୀ ସ୍ଥିତ ଲା୍ୟାନ୍ସ କ୍ଳବ ପରିସରରେ ଡା.ରାଧାକୃଷ୍ଣନଙ୍କ ଜନ୍ମଦିନ ପାଳନ କରାଯାଇଥିଲା. ଏହି ଅବସରରେ ଲାୟନ ବିଶ୍ୱରଞ୍ଜନ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରିୟଦର୍ଶିନୀ ର ସଭାପତି ତାରକ ଦାସ କ୍ଳବର ଆଭିମୁଖ୍ୟ କହିଥିଲେ, ସମ୍ପାଦକ ଶୁଭେନ୍ଦୁ ପଟ୍ଟନାୟକ ପ୍ରିୟଦର୍ଶିନୀର କାର୍ଯ୍ୟାବଳୀ ବାବଦରେ ସୂଚନା ଦେଇଥିଲେ, ଆର ସି ସତ୍ୟଜିତ ପଟ୍ଟନାୟକ କ୍ଳବର ବିଚାରଧାରା ଓ କାର୍ଯ୍ୟକ୍ରମ ବାବଦରେ ସୂଚନା ଦେଇଥିଲେ,ଶୁଭେନ୍ଦୁ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ.
ତେବେ ଜୟନ୍ତୀ ପାଳନ ପୂର୍ବରୁ ଜାତୀୟ ସଂଗୀତ ଓ ଲା୍ୟାନ୍ସ ପ୍ରିୟଦର୍ଶିନୀର ପ୍ରାରମ୍ଭିକ ଗାନ କରାଯାଇ ଶ୍ରୀଜଗନ୍ନାଥଙ୍କ କରକମଳରେ ପୁଷ୍ପମାଲ୍ୟ ଓ ଦୀପପ୍ରଜ୍ବଳନ କରାଯାଇଥିଲା.. ଏହି ଅବସରରେ ବରିଷ୍ଠ ଶିକ୍ଷକ ହିମାଂଶୁଭୂଷଣ ଦାସ, ଜଗତକୃଷ୍ଣ ଶିଶୁଗୋସ୍ବାମି, ଶ୍ରୀମତୀ ପଦ୍ମାଳୟା ରାୟ, ଶ୍ରୀମତୀ କଳାଶ୍ରୀ ଦାସଙ୍କୁ ସେମାନଙ୍କ ଜୀବନବ୍ୟାପି ଶିକ୍ଷକ ସାଧନା ଓ ଆଦର୍ଶ ବିଚାର ସକାଶେ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା,, ଏହି ଅବସରରେ ସମ୍ବାଦ ଇନସିଚ୍ୟୁଟ ଗ୍ରୁପର ଡିନ6 ସଂଗ୍ରାମ କିଶୋର ମହାନ୍ତି ଓ ସମାଜର ପୂର୍ବତନ ସାମ୍ବାଦିକ ତଥା ମେଟ୍ରୋ ଟିଭିର ସମ୍ପାଦକ ପ୍ରମୋଦ ସାମନ୍ତରାୟଙ୍କୁ ଜୀବନବ୍ୟାପୀ କଲମଚାଳନା ସକାଶେ ସମ୍ବର୍ଦ୍ଧନା ପ୍ରଦାନ କରାଯଇଥିଲା, ଏହି ଅବସରେ ଜେଡସି ପରଭେଜ ଖାନ, ମମତା ନାୟକ, ମୌମିତ୍ର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡି. ଲତା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ