ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ବିଶ୍ୱ ପଖାଳ ଦିବସ ପାଳିତ
ଭୁବନେଶ୍ୱର: ଗ୍ରୀଷ୍ମ କୁ ସ୍ୱାଗତ କରିବା,ପଖାଳ ଖାଇବା । ମହାପ୍ରଭୁ ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ କୁ ମନରେ ଉଜ୍ଜିବିତ କରିବା ଆମର ପ୍ରୟାସ। ମହାପ୍ରଭୁ ଙ୍କ ସଂସ୍କୃତି, ଆମ ସଂସ୍କୃତି ଆମର ଅସ୍ମିତା ଓ ଅନ୍ୟତମ ପରିଚୟ ହେଲା ପଖାଳ। ଆମ ପୂର୍ବ ପୁରୁଷ ମାନେ ଆମଙ୍କୁ ପଖାଳ ଖାଇବାକୁ ଶିଖାଇଯାଇଛନ୍ତି l ଆଜି ଓଡ଼ିଆଙ୍କ ଅନ୍ୟତମ ପରିଚୟ " ପଖାଳ" ଆସନ୍ତୁ ଆମ ଐତିହ୍ୟ, ପରମ୍ପରା ଓ ସଂସ୍କୃତି କୁ ବଂଚେଇ ରଖିବା, ଆମ ପଖାଳ ଆମ ପାଇଁ ଅମୃତ ଆମ ଐତିହ୍ୟ ପାଇଁ ଆମେ ଗର୍ବିତ। ଆଜି ଭୁବେଶ୍ବରରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ବିଶ୍ଵ ପଖାଳ ଦିବସ ପାଳନ ଅବସରରେ ବିଶିଷ୍ଟ ବ୍ୟକ୍ତି ମାନେ ଏହା ମତବ୍ୟକ୍ତ କରିଥିଲେ। ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭା ରେ ଉଦ୍ଘାଟକ ଭାବେ ଶ୍ରୀ ରାମ ଚନ୍ଦ୍ରଦାସ ମହାପାତ୍ର, ଛପନ ଭୋଗ ସଭାପତି ଶ୍ରୀ ବିଶ୍ଵନାଥ ସାମନ୍ତରାୟ, ମୁଖ୍ୟ ଅତିଥି ଭାବେ ଡଃ ଅଶୋକ ମହାପାତ୍ର, ପଣ୍ଡିତ ଦାଶରଥି ସାମନ୍ତରାୟ, ମୁଖ୍ୟ ଉପଦେଷ୍ଟା ପ୍ରଭାତ କୁମାର ନନ୍ଦ, ସମ୍ପାଦକ ନାରାୟଣ ମହାପାତ୍ର ଓ ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ, ଉପସ୍ଥିତ ରହି ସଭା ପରିଚାଳନା କରିଥିଲେ। ପଖାଳ ର ଉପକାରିତା ସମ୍ପର୍କରେ ବିଶ୍ଵନାଥ ସାମନ୍ତରାୟ ଓ ଡାଃ ଅଶୋକ ମହାପାତ୍ର ଓ ପଣ୍ଡିତ ଶ୍ରୀଯୁକ୍ତ ଦାଶରଥି ସାମନ୍ତରାୟ ପ୍ରାଞ୍ଜଳ ଭାବରେ ସମସ୍ତଙ୍କୁ ଅବଗତ କରାଇଥିଲେ। ମା ସୁଭଦ୍ରା ଙ୍କ ବାଡଗ୍ରାହି ରାମଚନ୍ଦ୍ର ଦାସ ମହାପାତ୍ର ଶ୍ରୀଜଗନ୍ନାଥ ଙ୍କ ପ୍ରତେକ ତିଥି ଉପରେ ମାସରେ ଥରେ ଏକ ଆଲୋଚନାଚକ୍ର କରିବାକୁ ପରାମର୍ଶ ଦେଇଥିଲେ। ସମସ୍ତେ ଏହାକୁ ଗ୍ରହଣ କରିଥିଲେ। ଏହି ଅବସରରେ ଗତକାଲି ପୁରୀ ରୁ ଅଭଡା ଅଣାଯାଇ ପଖଳା ଯାଇଥିଲା। ଅନନ୍ତ ବାସୁଦେବ ମନ୍ଦିରର ରୁ ଡାଲି, ଶାଗ, ବେସର ଓ ଖଟା କୁ ସମସ୍ତଙ୍କୁ ପରଷା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୨୫୦ ଜଣ ବ୍ଯକ୍ତି ଓ ମହିଳା ଯୋଗ ଦେଇଥିଲେ ।ପରିଷଦ ପକ୍ଷରୁ କୋଷାଧ୍ଯକ୍ଷ ସୁରେଶ ମିଶ୍ର, ଉପଦେଷ୍ଟା ରବି ନାରାୟଣ ମିଶ୍ର, ବାଳକୃଷ୍ଣ ପଣ୍ଡା, ବିଶ୍ନୁପଦ ଦାସ, ଅଖିଳ ସାହୁ, ଗୌରାଙ୍ଗ ନାୟକ, ମଳୟ ଜେନା, ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀ ନିବାସ ରାଓ, ଅକ୍ଷୟ ସାହୁ ଓ ଗାନ୍ଧୀ ଚୌଧୁରୀ, ପ୍ରମୁଖ ଯୋଗଦାନ କରିଥିଲେ।