ପାଣି ଭିତରକୁ ଖସିପଡ଼ିଲା ନନ୍ଦନକାନନର ରୋପୱେ କ୍ୟାବିନ୍

Mar 20, 2024 - 14:17
 127
ପାଣି ଭିତରକୁ ଖସିପଡ଼ିଲା ନନ୍ଦନକାନନର ରୋପୱେ କ୍ୟାବିନ୍

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ରୋପୱେ କ୍ୟାବିନ୍ ପାଣି ଭିତରକୁ ଖସିପଡ଼ିଥିବା ଜଣାପଡ଼ିଛି। ହ୍ରଦ ଉପରେ ଯାଉଥିବା ରୋପୱେ ଟି ଅତ୍ୟଧିକ ଝୁଲିପଡ଼ିଥିବାରୁ ସେଥିରେ ଲାଗିଥିବା ୬ଟି କ୍ୟାବିନ୍ ପାଣି ଭିତରକୁ ଖସିଥିଲା। ମଙ୍ଗଳବାର ଘଟିଛି ଏହି ଅଘଟଣ। ସୌଭାଗ୍ୟବଶତଃ ସେତେବେଳେ କ୍ୟାବିନ୍ ଗୁଡ଼ିକରେ କେହି ପର୍ଯ୍ୟଟକ ନଥିଲେ।