ଗନ୍ଦିଆରେ ସର୍ବାଧିକ ବର୍ଷା ରେକର୍ଡ

Mar 20, 2024 - 14:14
 9

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ଗତ ୨୪ ଘଣ୍ଟା ହେଲା ଲାଗି ରହିଛି ବିଜୁଳି, ଘଡ଼ଘଡି ସହ ବର୍ଷା। ୨୪ ଘଣ୍ଟାରେ ଢେଙ୍କାନାଳ ଜିଲ୍ଲା ଗନ୍ଦିଆରେ ସର୍ବାଧିକ ୭୨.୨ ମିମି ବର୍ଷା ହୋଇଛି। ଭୁବନ ୭୨, ଆଠମଲ୍ଲିକରେ ୬୮, କନ୍ଧମାଳରେ ୬୬.୨ ମିମି ବର୍ଷା ରେକର୍ଡ କରାଯାଇଛି। ଆଜି ସନ୍ଧ୍ୟାରେ ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।