ନକଲି ମସଲା ଗୋଦାମରେ ଚଢାଇ

Mar 19, 2024 - 18:45
 64

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳରେ ଏକ ଗୋଦାମରେ ଚଢାଉ ହୋଇଛି। ନକଲି ମସଲା ପ୍ରସ୍ତୁତ କରୁଥିବା ନେଇ ଖବର ପାଇ ବ୍ରଜରାଜାନଗରର ୪ ଲାଇନରେ ଥିବା ଗୋଟିଏ ଗୋଦାମରେ ଚଢାଉ କରିଛି ପୋଲିସ । ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖିଛି ପୋଲିସ । ଯୁବକ ଜଣଙ୍କ ହେଲେ ଶିବ ଶଙ୍କର ସାହୁ । ସେ ଦୀର୍ଘଦିନ ଧରି ଏହି ନକଲି ପାଉଡର ପ୍ରସ୍ତୁତ କରୁଥିଲେ । ଯେମିତିକି ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ମସଲାଗୁଣ୍ଡ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଥିଲେ ।