ଇଣ୍ଡିଆନ ୟୁଥ ଫୋରମ ଦ୍ୱାରା ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

Mar 10, 2025 - 22:30
 40
ଇଣ୍ଡିଆନ ୟୁଥ ଫୋରମ ଦ୍ୱାରା ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର: ଇଣ୍ଡିଆନ ୟୁଥ ଫୋରମ ତରଫରୁ ମା ମଙ୍ଗଳା ସ୍ଵଂୟ ସହାୟକ ଗୋଷ୍ଠୀ ଏବଂ ରେମେନୀ ଫାଉଣ୍ଡେସନ ସହଯୋଗ ରେ ଭୁବନେଶ୍ୱର ର ଶବରସାହି ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ୭୦ ରୁ ଉର୍ଦ୍ଧ ମହିଳା ଓ କିଶୋରୀ ବାଳିକା ବାଳକ ଭାଗ ନେଇଥିଲେ। ସମାଜ ସେଵୀ ଶ୍ରୀମତୀ ଜ୍ୟୋତିର୍ମୟୀ ମହାପାତ୍ର ଅତିଥି ଭାବରେ ଯୋଗ ଦେଇ ସମସ୍ତଙ୍କୁ ମହିଳା ଦିବସ ର ଶୁଭେଚ୍ଛା ଜଣାଇଥିଲେ ଏବଂ ନିଜକୁ ଭଲ ପାଇବା ଓ ନିଜ ପାଇଁ ସମୟ ବାହାରକରି ନିଜକୁ ଖୁସି ଦେଉଥିବା କାର୍ଯ୍ୟ ଯଥା ଗୀତ, ନାଚ, ରୋଷେଇ, ସଜବାଜ, ମେହେନ୍ଦି କରିବା ରେ ନିୟୋଜିତ ରହିବା ପାଇଁ ଉପଦେଶ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଶ୍ରୀମତୀ ମଧୁମିତା ଦେଇ ମନୋବିଜ୍ଞାନ ଅଧ୍ୟାପିକା, ନିଗମାନନ୍ଦ ମହାବିଦ୍ୟାଳୟ, ଚାରିଛକ, ନିମାପଡା ର ସମସ୍ତଙ୍କୁ ନିଜର ଇଚ୍ଛା ପୂରଣ କରିବା ଏବଂ ସୁଖ ଜୀବନ ଯାପନ କରିବା ପାଇଁ କହିଥିଲେ। ସେହିପରି ଅନ୍ୟ ଅତିଥି ଭାବେ ଏକ୍ସ ଆଇ ଏମ୍ ବିଶ୍ଵବିଦ୍ୟାଳୟ ପ୍ରଫେସର ଡ କଳ୍ପନା ସାହୁ ପ୍ରତ୍ୟେକ ଦିନ ଆମ ମାନଙ୍କର ପ୍ରତ୍ୟେକ ଦିନକୁ ଆମେ ଉପଭୋଗ କରିବା ଦରକାର ବୋଲି କହିଥିଲେ। ସେ କହିଥିଲେ ନାରୀ ଭଗବାନଙ୍କର ଏକ ନିଆରା ସୃଷ୍ଟି, ନାରୀ ଅତୁଳନୀୟ, ନାରୀ ପାଖରେ ସବୁଠାରୁ ମୂଲ୍ୟବାନ ଅଙ୍ଗ ଗର୍ଭାଶୟ ଅଛି। ତେଣୁ ସେ ସବୁଠାରୁ ଅଧିକ ଖିସି ହେବା କଥା। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କେକ୍ କଟିଙ୍ଗ ଇତ୍ୟାଦି ଅନ୍ୟ ଆକର୍ଷଣ ଥିଲା। ପରିଶେଷରେ ଇଣ୍ଡିଆନ ୟୁଥ ଫୋରମ ର ପ୍ରତିମା ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଇଣ୍ଡିଆନ ୟୁଥ ଫୋରମର ବର୍ଷା, ଜୀନା, ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ଜ୍ୟୋତ୍ସ୍ନା ରାଣୀ ନାୟକ ଓ ଅନ୍ୟାନ୍ୟ ସଦସ୍ୟମାନେ ଆୟୋଜନ କରିଥିଲେ। ଇଣ୍ଡିଆନ ୟୁଥ ଫୋରମ ର ସ୍ୱପ୍ନା ନାୟକ ସଂଯୋଜନା କରିଥିଲେ।