ଶ୍ରୀଜଗନ୍ନାଥ ଭକ୍ତ ସମାଜ ପୁରୀ ତରଫରୁ ଆଭାସୀ ଆଲୋଚନା ଚ଼କ୍ର
ପୁରୀ: ଶ୍ରୀଜଗନ୍ନାଥ ଭକ୍ତ ସମାଜ,ପୁରୀ ତରଫରୁ "ବାମଦେବ ସଂହିତାରେ ଶ୍ରୀ ଜଗନ୍ନାଥ ତତ୍ତ୍ଵ ଆଲୋଚନା"ଶୀର୍ଷକ ଏକ ଆନ୍ତର୍ଜାତୀୟ ଆଭାସୀ ଆଲୋଚନା ଚକ୍ର ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଶଂକର୍ଷଣ ମଂଗରାଜଙ୍କ ସଭାପତିତ୍ବ କରିବା ସହ ସଭାର ଆଭିମୁଖ୍ୟ ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବେ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ,ଶ୍ରୀସଦାଶିବ ପରିସରର ପୁରାଣ ଇତିହାସ ବିଭାଗର ଅଧ୍ୟକ୍ଷା ପ୍ରଫେସର ମିନତୀ ରଥ ଯୋଗଦାନ କରି ବାମଦେବ ସଂହିତା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରୀତିନୀତି, ଯାନିଯାତ୍ରା ଓ ପ୍ରତ୍ଯେହ ଶ୍ରୀମନ୍ଦିରରେ ଦ୍ବାର ଫିଟା ନୀତି ଠାରୁ ଆରମ୍ଭ କରି ପହୁଡ଼ ନୀତି ସଂପର୍କରେ ତଥ୍ୟ ପ୍ରଦାନ କରିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ପରଂବ୍ରହ୍ମ ତଥା ତାଙ୍କର ମହିମା ଅନନ୍ତ, ତାଙ୍କ ଠାରୁ ସମସ୍ତ ଜଗତ ସୃଷ୍ଟି ହୋଇଛି ଓ ଅନ୍ତରେ ତାଙ୍କ ଠାରେ ହିଁ ବିଲୟ ହୁଏ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ମନ୍ଦିର ପୁରୋହିତ ପ୍ରଫେସର ପୂର୍ଣଚନ୍ଦ୍ର ମହାପାତ୍ର, ବିଶିଷ୍ଟ ସମାଜସେବୀ ଡ଼ଃ ନାରାୟଣ ମହାପାତ୍ର, ପ୍ରଫେସର ଗୌର ପ୍ରିୟା ଦାଶ୍, ପ୍ରଫେସର ସାବିତ୍ରୀ ଶତପଥୀ,ଡ଼ଃ ବଳରାମ ଦାଶ, ସଂପାଦକ ଡ଼ଃ ଶଶିକାନ୍ତ ରଥ,ମରିସସରୁ ମୁକେଶ ରାମବୁରାନ, ଶ୍ରୀ ଅତୁଲ ଶର୍ମା, ଶ୍ରୀ ଶମ୍ଭୁ ସିଂ, ଅଭିଷେକ କୁମାର,ଇଂ ବିଜୟ ପଣ୍ଡା, ସୁଶ୍ରୀ ପୁଷ୍ପିତା ପଟ୍ଟନାୟକ, ଶ୍ରୀ କାର୍ତ୍ତିକ ସାହୁ, ଶ୍ରୀମତୀ ସଂଯୁକ୍ତା ମହାପାତ୍ର, ଡ଼ଃ ଅଜୟାନନ୍ଦ ସାହୁ, ବିଜୟ କୁମାର ସାହୁ ଯୋଗଦାନ କରିଥିଲେ। କଣ୍ଠଶିଳ୍ପୀ ଅଲିଭା ଲେଙ୍କା ଓ ସୁଶ୍ରୀ ପୁର୍ଣିମା ମାଳା ଭକ୍ତି ସଂଗୀତ ଗାନ କରିଥିଲେ। ମହାରାଷ୍ଟ୍ରରୁ ଇଂ. ଗୋପୀନାଥ ମିଶ୍ର ସଭା ପରିଚାଳନା କରିଥିଲେ। ଦିଲ୍ଲୀରୁ ଶ୍ରୀ ନରେଶ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।