ଚିନ୍ତା ବଢ଼ାଉଛି ସ୍କ୍ରବ୍ ଟାଇଫସ୍

Sep 17, 2023 - 13:04
 10
ଚିନ୍ତା ବଢ଼ାଉଛି ସ୍କ୍ରବ୍ ଟାଇଫସ୍

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଛି ସ୍କ୍ରବ୍ ଟାଇଫସ୍। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାରେ ୧୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୦ କୁ ବୃଦ୍ଧି ପାଇଛି। ପୋକ ଦାଉରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଟିମ୍ ଗଠନ କରାଯାଇ ଗାଁ ଗାଁ ବୁଲି ସଚେତନ କରାଯାଉଛି। ବିଲ ଓ ଜଙ୍ଗଲକୁ ଯାଉଥିବା ଲୋକେ ସତର୍କ ରହିବାକୁ ଓ ହାତ ଓ ଗୋଡ଼ ଘୋଡ଼ାଇକରି କାମ କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ବରଗଡ଼ ଜିଲ୍ଲାରେ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।