ଭୁବନେଶ୍ଭରରେ ଭଙ୍ଗାଯିବ ୧୯୧ ଆପାର୍ଟମେଣ୍ଟ
ଭୁବନେଶ୍ୱର: ଭୁବନେଶ୍ୱରରେ ୧୯୧ଟି ବେଆଇନ ଆପାର୍ଟମେଣ୍ଟ ଭଙ୍ଗାଯିବ। ବିଧାୟକ ରଣେନ୍ଦ୍ର ସ୍ୱାଇଁଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ ବିଡିଏ ଅଧିନରେ ୪୯୧ ବେଆଇନ ଆପାର୍ଟମେଣ୍ଟ ନାଁରେ ମାମଲା ହୋଇଛି, ୬୩ଟି ମାମଲା ଖାରଜ ହୋଇଥିବା ବେଳେ ଓ ୨୩୭ଟି ବିଚାରାଧୀନ ରହିଛି। ବିଏମ୍ସି ଅଧିନରେ ୧୪୪୪ ମାମଲାରୁ ୪୫୧ଟି ଫଇସଲା ହୋଇଛି।