ବାର୍ଡ ଫ୍ଲୁ ପାଇଁ କଣ୍ଟ୍ରୋଲ ରୁମ୍

Aug 27, 2024 - 22:05
 74

ଭୁବନେଶ୍ୱର: ବାର୍ଡ ଫ୍ଲୁ ସ୍ଥିତିକୁ ଦେଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପିପିଲିରେ ଖୋଲିଲା କଣ୍ଟ୍ରୋଲ ରୁମ୍ । ଏଥିରେ ୩ ଡାକ୍ତର, ୨ ଫାର୍ମାସିଷ୍ଟ, ସ୍ବାସ୍ଥ୍ୟ କର୍ମୀ ନିୟୋଜିତ ହୋଇଛନ୍ତି। ମଙ୍ଗଳପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧ ଗୃହ କରାଯାଇଛି। ଘର ଘର ବୁଲି ସ୍ଥିତି ପରଖିବେ ଆଶାକର୍ମୀ। ବୀର୍ଡ ଫ୍ଲୁ ୩୮ଟି ରେସପମ୍ସ ଟିମ୍ ମଧ୍ୟ ଗଠନ କରାଯାଇଛି। ୨୦ଟି ଟିମ୍‌ କୁକୁଡ଼ା ମରା ଓ ବିଶୋଧନ ପାଇଁ ଗଠିତ ହୋଇଛି। ୧୮ଟି ଟିମ୍‌ ଚଢ଼ାଉ ଓ ଲୋକଙ୍କୁ ସଚେତନ କରାଇବେ। ପୁରୀର ହୋଟେଲ ସବୁ ସ୍ବଚ୍ଛତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। ପିପିଲି ଓ ସତ୍ୟବାଦୀରୁ ମଲା କୁକୁଡ଼ା ନକିଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ପିପିଲିରୁ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ଅଣ୍ଡା ରପ୍ତାନି ଉପରେ ରୋକ୍ ଲଗାଯାଇଛି। ସତ୍ୟବାଦୀ ଓ ପିପିଲିରେ ୧୧,୭୩୬ କୁକୁଡ଼ା ମରା ଯାଇଥିବା ସୂଚନା।