ବ୍ରିଜ ତଳେ ଗଞ୍ଜେଇ ଭର୍ତ୍ତି କାର୍ ଜବତ

Mar 23, 2024 - 16:47
 39

ଜୟପୁର: କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା କଟଲାପଦର ବ୍ରିଜ ତଳୁ ଏକ କାର୍ ରୁ ଗଞ୍ଜେଇ ଜବତ ହୋଇଛି। ଦୁର୍ଘଟଣାଗ୍ରସ୍ତ କାର୍ ରୁ ଗଞ୍ଜେଇ ଜବତ କଲା ପୋଲିସ। ଗାଡ଼ିରୁ ୪ଟି ନମ୍ବର ପ୍ଲେଟ୍‌ ମଧ୍ୟ ଜବତ କରାଯାଇଛି। ସମ୍ପୃକ୍ତ କାର୍‌ରେ ଗଞ୍ଜେଇ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି। ତେବେ ଗାଡ଼ିରେ କେହି ନଥିବା ସୂଚନା।