ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
କୋଲକାତା: ପାଣି ଭିତରେ ଚାଲିଲା ମେଟ୍ରୋ। ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଲକାତାରେ ଚାଲିଲା ଦେଶର ଅଣ୍ଡର ୱାଟର ମେଟ୍ରୋ । ଏସପ୍ଲାନେଡ୍ ମେଟ୍ରୋ ଷ୍ଟେସନ୍ ରେ ପ୍ରଧାନମନ୍ତ୍ରୀଙ୍କୁ କରାଗଲା ସ୍ୱାଗତ। ସ୍କୁଲ ପିଲାଙ୍କ ସହ ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟ୍ରେନରେ ବସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।