ଆଜି ବିଜୁ ଜୟନ୍ତୀ
ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମବାର୍ଷିକୀ। ପଞ୍ଚାୟତି ରାଜ ଦିବସ ଭାବେ ପାଳିତ ହେଉଛି ବିଜୁ ଜୟନ୍ତୀ। ଗାଁରୁ ସହର ସବୁଠି ପାଳନ ହେଉଛି ବିଜୁ ଜୟନ୍ତୀ। ଏହି ଅବସରରେ ଭୁବନେଶ୍ଵର ଏୟାରପୋର୍ଟ ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବିଜେଡି ନେତା ଓ କର୍ମୀ। ସେହିପରି କଟକରେ ଥିବା ଆନନ୍ଦ ଭବନରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ବିଜୁ ବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନରେ ଏକ ଫଟୋ ପ୍ରଦର୍ଶନୀ ଆୟୋଜିତ ହୋଇଛି। ଏହି ପ୍ରଦର୍ଶନୀରେ ବିଜୁ ବାବୁଙ୍କ ରାଜନୈତିକ ଜୀବନ ଉପରେ ଆଧାରିତ ଫଟୋ ଓ ତାଙ୍କ ପରିବାର ସଦସ୍ୟଙ୍କ ଫଟୋ ସ୍ଥାନ ପାଇଛି।