ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱର: ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନ ୨ଟା ୪୦ରେ ଭୁବନେଶ୍ବର ବିମାନବନ୍ଦରରୁ ହେଲିପକ୍ଟର ଯୋଗେ ଯିବେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ । ସେଠାରେ ୧୯ ହଜାରରୁ ଅଧିକ କୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି। ବେଣାପୁର ପଡ଼ିଆରେ ସମାବେଶରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। ଅପରାହ୍ଣ ୩ଟା ୩୦ରେ ଚଣ୍ଡିଖୋଲରେ ପ୍ରାୟ ୧୯ ହଜାର ୬୦୦ କୋଟିର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଅପରାହ୍ଣ ୪ଟା ୧୫ରେ ସାଧାରଣ ସଭାକୁ ଉଦବୋଧନ ଦେବେ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ପ୍ରାୟ ୩୨୦୦ରୁ ଅଧିକ ଫୋର୍ସ ମୁତୟନ ହେବେ । ସେପଟେ ଭୁବନେଶ୍ବର ବିମାନ ବନ୍ଦରରୁ ରାଜଭବନ ଯାଏଁ ମକଡ୍ରିଲ୍ କରିଛି କମିଶନରେଟ୍ ପୋଲିସ । ଏଥିରେ ପ୍ରଧାନମନ୍ତ୍ରୀଙ୍କ କାରକେଡର ରିହର୍ସଲ କରାଯାଇଛି।