ମାର୍ଚ୍ଚ ୧୫ରୁ ଆରମ୍ଭ ହେବ ମାଟ୍ରିକ୍ ଖାତା ଦେଖା

Mar 5, 2024 - 14:45
 7

ଭୁବନେଶ୍ୱର: ମାର୍ଚ୍ଚ ୧୫ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ଖାତା ଦେଖା । ଆଜି ନୋଡାଲ ସେଣ୍ଟରରୁ ଉତ୍ତର ଖାତା ସଂଗ୍ରହ ହୋଇ ଆସନ୍ତାକାଲି ସୁଦ୍ଧା ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିବ। ତେବେ ୧୫ ଦିନ ମଧ୍ୟରେ ମୂଲ୍ୟାୟନ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଫେବ୍ରୁୟାରୀ ୨୦ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଗତକାଲି ସାମାଜିକ ବିଜ୍ଞାନ ପରୀକ୍ଷା ସହ ଶେଷ ହୋଇଛି । ଉତ୍ତର ଖାତା ଗୁଡ଼ିକ ଆସନ୍ତା ୧୩ ତାରିଖ ସୁଦ୍ଧା ୫୪ ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଗୁଡ଼ିକୁ ପହଞ୍ଚିଯିବ। ମାର୍ଚ୍ଚ ୧୪ ରେ ମୂଲ୍ୟାୟନ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖାତା ଦେଖା ଆରମ୍ଭ ହେବାର ୧୫ ଦିନ ଭିତରେ ମୂଲ୍ୟାୟନ ଶେଷ ହେବ।