ଗେମିଂ ଆପ୍ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଲେ ପୋଲିସ୍ ଡିଜି

Dec 13, 2024 - 23:56
 15

ଭୁବନେଶ୍ୱର: ଗେମିଂ ଆପ୍ ଠାରୁ ଦୂରେଇ ରହିବାକୁ ସଧାରଣ ଲୋକଙ୍କୁ ପରାମର୍ଶ ଦେଲେ ଓଡ଼ିଶା ପୋଲିସ୍ ଡିଜି ୱାଇ ବି ଖୁରାନିଆ। ପୋଲିସ୍ ଡିଜି କହିଚନ୍ତି ଯେ ଅନଲାଇନ୍ ବେଟିଙ୍ଗ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଟଙ୍କା ରୋଜଗାର କରୁଛନ୍ତି ଠକ। ଲୋକଙ୍କୁ ଅନଲାଇନ୍ ଗମିଂ ଆପ୍ ବିଷୟରେ ସଚେତନ କରାଉଛି ପୋଲିସ୍। ଗତକାଲି ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ଆପାର୍ଟମେ୍ଟରେ ଚଢ଼ାଉ କରି ଏକ ନକଲି କଲ୍ ସେଣ୍ଟର୍ ଠାବ କରିଛି ପୋଲିସ୍। ଘଟଣାସ୍ଥଳରୁ ୪ ସାଇବର ଅପରାଧୀ ଗିରଫ ହୋଇଛନ୍ତି। ଦୁଇଟି ଡେସ୍କଟପ୍, ଗୋଟିଏ ଲାପଟପ୍, ୧୯ ମୋବାଇଲ୍ ଫୋନ୍ ଓ ଏକାଧିକ ସିମ୍ କାର୍ଡ ଜବତ କରାଯାଇଛି।