ଉତ୍କଳ ସମ୍ମିଳନୀର ୧୨୧ତମ ପ୍ରତିଷ୍ଠା ଦିବସ।

Dec 13, 2024 - 23:54
 64
ଉତ୍କଳ ସମ୍ମିଳନୀର ୧୨୧ତମ ପ୍ରତିଷ୍ଠା ଦିବସ।

ଆସନ୍ତା ଡ଼ିସେମ୍ବର ତିରିଶି ତାରିଖ ଦିନ ଓଡ଼ିଆ ଅସ୍ମିତାର ବାର୍ତ୍ତାବହ  'ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ" ତରଫରୁ ଯାଜପୁର ଜିଲ୍ଲାର କଲଣ ସ୍ଥିତ ମଧୁପୁର ମହାବିଦ୍ୟାଳୟରେ ଉତ୍କଳ ସମ୍ମିଳନୀର ୧୨୧ ତମ ପ୍ରତିଷ୍ଠା ଦିବସ ପାଳନ କରାଯିବାକୁ ସ୍ଥିର କରାଯାଇଛି। 
ଏହି  ଅବସରରେ ମହାବିଦ୍ୟାଳୟ ପରିସରରେ ଓଡ଼ିଶାର ଚାରିଜଣ ବରପୁତ୍ର ଉତ୍କଳମଣି ଗୋପବନ୍ଧୁ, ସହୀଦ ଜୟୀ ରାଜଗୁରୁ , ମା' ରମାଦେବୀ ଓ ମଧୁପୁର ଗଡ଼ଜାତର ଆଦର୍ଶ ପ୍ରଜାପ୍ରେମୀ ରାଜା ତଥା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନନ୍ୟ ସାଧକ ବୀରବର ନାରାୟଣ ଚନ୍ଦ୍ର ଧୀର ନରେନ୍ଦ୍ରଙ୍କ ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ସହିତ ଏକ ଆଲୋଚନାଚକ୍ର "ଓଡ଼ିଆ ଅସ୍ମିତା ଓ କୁଳବୃଦ୍ଧ ମଧୁସୂଦନ" ଅନୁଷ୍ଠିତ ହେବ। 
ମଧୁପୁର ରାଜପ୍ରାସାଦରୁ ଭବ୍ୟ ଶୋଭାଯାତ୍ରାରେ ଏକ ପ୍ରଜ୍ଜ୍ଵଳିତ ଜ୍ୟୋତି ବାହାରି ଐତିହାସିକ କଲଣ ଗ୍ରାମରେ ଉକ୍ତ ଜ୍ୟୋତିକୁ ପାରମ୍ପରିକ ରୀତିରେ ଶଂଖ, ବେଦପାଠ, ହରିବୋଲ ହୁଳହୁଳି ଧ୍ୱନିରେ ସ୍ବାଗତ ଓ ପୂଜାର୍ଚ୍ଚନା କରାଯାଇ ମହାବିଦ୍ୟାଳୟ ପରିସରରେ ସ୍ଥାପନ କରାଯିବ।
ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୂର୍ବରୁ କରାଯାଇଥିବା ବକ୍ତୃତା ପ୍ରତିଯୋଗିତାର କୃତୀ ବିଦ୍ୟାର୍ଥୀମାନଙ୍କୁ ସମ୍ମାନୀତ କରାଯିବ।
ଏହି ସାଂସ୍କୃତିକ ଉତ୍ସବରେ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ ଓ ଉତ୍କଳ ସ୍ଵାଭିମାନ ମଞ୍ଚ ତରଫରୁ ଶ୍ରୀ ନିରଞ୍ଜନ ସାହୁ ଓ ଶ୍ରୀ ରାଧାକାନ୍ତ ଦାଶ ନିବେଦନ ଜଣାଇଛନ୍ତି।