ହୀରାକୁଦରେ ବ୍ୟାପିଲା ଡାଇରିଆ, ଜଣେ ମୃତ, ୪୯ ଆକ୍ରାନ୍ତ

Mar 23, 2024 - 16:48
 13

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ହୀରାକୁଦରେ ବ୍ୟାପିଲାନି ଡାଇରୀଆ ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୯ ଆକ୍ରାନ୍ତ ହୋଇଛନ୍ତି। ଏହା ବ୍ୟତୀତ ୫ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତରଣ କରାଯାଇଛି । ଅନ୍ୟ ଆକ୍ରାନ୍ତ ଘରେ ଚିକିତ୍ସାଧୀନ ଅଛନ୍ତି l ଡ଼ାଇରିଆ ରେ ଆକ୍ରାନ୍ତ ହୋଇ ଏଵେ ୪୯ ଜଣ ମେଡ଼ିକାଲରେ ଭର୍ତି ହୋଇଛନ୍ତି। ଦୂଷିତ ପାନୀୟ ଜଳ ଯୋଗାଣ ଯୋଗୁଁ ଏହି ଝାଡ଼ା ବାନ୍ତି ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଭିଯୋଗ କରିଛି । ହୀରାକୁଦ ସହରର ଗୁରୁଦ୍ୱାରପଡା, ଗୌଡ଼ପଡା,କଲୋପଡା, ନିୟୁ ମାର୍କେଟ କଲୋନୀ ଓ ମାଛପଡା ରେ ସଂକ୍ରମଣ ହାର ବୃଦ୍ଧି ପାଇଛି।