ବିବାହ ଭୋଜି ଖାଇ ଜଣେ ମୃତ, ୩୦ ଆହତ
ମାଲକାନଗିରି: ବିବାହ ଭୋଜି ଖାଇ ଜଣେ ୮ ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ବନ୍ଧଗୁଡ଼ା ଗାଁରେ ଘଟିଛି ଏହି ଘଟଣା। ଏକ ଡ଼ାକ୍ତରୀ ଟିମ୍ ପରିସ୍ଥିତି ଉପରେ ନଜର ରଖିଛନ୍ତି। ବନ୍ଧୁଗୁଡ଼ା ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଭୋଜିର ଆୟୋଜନ ହୋଇଥିଲା। ଚାଉଳମେନ୍ଦି ପଞ୍ଚାୟତର ବନ୍ଧୁଗୁଡ଼ା ନୂଆଗାଁ ସହ ଆଖପାଖ ଅଞ୍ଚଳର ଗ୍ରାମବାସୀ ଭୋଜି ଖାଇଥିଲେ।