ପରିବର୍ତ୍ତନ ୟୋଗେଶ ନିଉଦିଲ୍ଲୀ ପକ୍ଷରୁ ଡ.ନାରାୟଣ ମହାପାତ୍ରଙ୍କୁ "ଦୀନବନ୍ଧୁ ସମ୍ମାନ"

ଭୁବନେଶ୍ୱର: ପରିବର୍ତ୍ତନ ୟୋଗେଶ ନିଉଦିଲ୍ଲୀ ପକ୍ଷରୁ ଡ.ନାରାୟଣ ମହାପାତ୍ର ଙ୍କୁ "ଦୀନବନ୍ଧୁ ସମ୍ମାନ" ରେ ସମ୍ମାନିତ କରାଯାଇଛି ।
ଭୁବନେଶ୍ବର, ପରିବର୍ତ୍ତନ ୟୋଗେଶ ନିଉଦିଲ୍ଲୀ ସହିତ "ମା ରୋଟି ବ୍ଯାଙ୍କ" ନିମନ୍ତେ ଆମ ଅନୁଷ୍ଠାନ ସର୍ବଦା ସାହାଯ୍ଯ ସହଯୋଗ କରି ଆସୁଥିବା ରୁ ଆମକୁ ଡାଃ ନାରାୟଣ ମହାପାତ୍ର ଙ୍କୁ "ଦିନବନ୍ଧୁ" ସମ୍ମାନ ରେ ସମ୍ମାନିତ କରିଅଛନ୍ତି।
ଜୟ ମା ଭବାନି ଟ୍ରଷ୍ଟ ପକ୍ଷରୁ ସର୍ବଦା ଅବହେଳିତ ଗୁରୁଜନଙ୍କ ଓ ଅବହେଳିତ ଛୋଟ ପିଲା ମାନଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ ଶିବିର ପରୀକ୍ଷା କରାଯାଇଥାଏ। ସେମାନେ କିପରି ସଫା ସୁତୁରା ରହିବା ପାଇଁ ଆନୁଷଙ୍ଗିକ ଜିନିଷ ର ବ୍ୟବସ୍ଥା କରାଯାଇ ଥାଏ, ଟ୍ରଷ୍ଟ ପକ୍ଷରୁ ରକ୍ତ ଦାନ ଶିବିର ଆୟୋଜନ କରାଯାଇ ରକ୍ତ ସଂଗ୍ରହ କରି ବ୍ଲଡ ବ୍ୟାଙ୍କରେ ଡିପୋଜିଟ କରାଯାଏ ।
ଆମକୁ ଉତ୍ସାହିତ କରିବା ପାଇଁ ଦୀନବନ୍ଧୁ ସମ୍ମାନ ପ୍ରଦାନ କରିଥିବାରୁ ଆମେ ପରିବର୍ତ୍ତନ ୟୋଗେଶ ର ପ୍ରତିଷ୍ଠାତା ଓ ଅନ୍ୟ ମାନଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛୁ ବୋଲି କହିଛନ୍ତି ଡ.ମହାପାତ୍ର।