ଆସନ୍ତାକାଲି ମହାଶିବରାତ୍ରୀ, ରାତି ୧୦ଟାରେ ଉଠିବ ମହାଦୀପ

Mar 7, 2024 - 18:34
 138
ଆସନ୍ତାକାଲି ମହାଶିବରାତ୍ରୀ, ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ୱର: ଆସନ୍ତାକାଲି ମହାଶିବରାତ୍ରୀ। ଓଡ଼ିଶାର ବିଭିନ୍ନ ଶୈବପୀଠରେ ଜାଗର ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭୁବନେଶ୍ୱରରେ ଥିବା ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ। ଫୁଲରେ ସଜେଇ ହୋଇଛି ଶ୍ରୀ ଲିଙ୍ଗରାଜ ମନ୍ଦିର। ସମସ୍ତ ସେବାୟତଙ୍କ ସହଯୋଗରେ ନିର୍ଦ୍ଧାରିତ ସମୟରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରଶାସନ ତରଫରୁ ନିବେଦନ କରାଯାଇଛି।