ଉପାସରେ ମହାପ୍ରଭୂ ଲିଙ୍ଗରାଜ

Oct 26, 2023 - 10:08
 8

ଭୁବନେଶ୍ୱର: ଉପାସରେ ରହିଛନ୍ତି ମହାପ୍ରଭୂ ଲିଙ୍ଗରାଜ। ସେବାୟତଙ୍କ ବିବାଦ ଯୋଗୁଁ ଗତକାଲି ଠାରୁ ଉପାସ ଅଛନ୍ତି ମହାପ୍ରଭୂ। ଗତକାଲି ମଙ୍ଗଳ ଆଳତୀ ପରଠୁ ଆଉ ହୋଇନାହିଁ କୌଣସି ନିତୀକନ୍ତି କି ଭୋଗ ମଧ୍ୟ ଲଗାଯାଇନାହିଁ। ଆଲୋଚନା ଲାଗି ଆଜି ଦିନ ସାଢେ଼ ୧୧ଟାରେ ବୈଠକ ଡାକିଛି ଦେବୋତ୍ତର ବିଭାଗ। ବୈଠକକୁ ଲିଙ୍ଗରାଜଙ୍କ ସେବାୟତ ଗୋଷ୍ଠୀଙ୍କୁ ଡକାଯାଇଥିବା ସୁଚନା ମିଳିଛି।