ଶିଳ୍ପୀ କେଶୁ ଦାସଙ୍କ ଆଦ୍ୟ ଗୁରୁ କାହ୍ନୁ ଚରଣ ଦାସଙ୍କ ଦେହାନ୍ତ

Jul 13, 2025 - 23:59
Jul 14, 2025 - 00:06
 6
ଶିଳ୍ପୀ କେଶୁ ଦାସଙ୍କ ଆଦ୍ୟ ଗୁରୁ କାହ୍ନୁ ଚରଣ ଦାସଙ୍କ ଦେହାନ୍ତ

Product Name - Kesh Art Bhringraj & Neem Hair Cleanser for Controlling Hair fall & Dandruff Product link -

Powered by myUpchar

Product Name - myUpchar 2% Salicylic Acid Serum For Acne, Pimples, Blackheads & Open Pores for both Women & Men - 50ml Product Link -

Powered by myUpchar

ତା ୧୩/୭/୨୫
ରୁପ୍ସା 
ସଦର ବ୍ଲକର ଦୁବଲାଗଡି ଗ୍ରାମର କାହ୍ନୁ ଚରଣ ଦାସ ୮୧ ବର୍ଷ ବୟସରେ ପୂର୍ବାହ୍ନ ୧୧ ଘଟିକାରେ ତାଙ୍କ ବାସ ଭବନରେ ପ୍ରାଣ ତ୍ୟାଗ କରିଛନ୍ତି। କାହ୍ନୁ ଚରଣ ଦାସ ଶିଳ୍ପୀ କେଶୁ ଦାସଙ୍କ ବଡ଼ ଭାଇ ତଥା ଆଦ୍ୟ କଳା ଗୁରୁ ଥିଲେ । ସେ ଜଣେ ସୁନ୍ଦର ଚିତ୍ରକଳା କରୁଥିବା ବେଳେ ଗ୍ରାମର ଯାତ୍ରା ଦଳରେ ବହୁ ନାଟକରେ ରାଜା ଭୂମିକାରେ ଅଭିନୟ କରି ପ୍ରିୟ ପାତ୍ର ହୋଇଥିଲେ। ଛୋଟ ବେଳୁ ଆଧ୍ୟାତ୍ମିକ ପରାୟଣ ଥାଇ ଦୁବଲାଗଡିର ପୁରାତନ ରଥଯାତ୍ରାର ଆଦ୍ୟ ଉଦ୍ୟୋକ୍ତା ମଧ୍ୟ ଥିଲେ । ତାଙ୍କ ଭାଇ, ପୁଅ, ପୁତୁରା ଓ ନାତୁଣୀ ମଧ୍ୟ ତାଙ୍କ ପ୍ରଭାବରେ ଚିତ୍ରଶିଳ୍ପୀ ହୋଇଛନ୍ତି । ଅମର ଯବାନ ଯୁବ ସଂଗଠନର ସଭାପତି ଭକ୍ତ ଚରଣ ଦାସ ବଡ଼ ପୁଅ ଓ ଭୀମପୁରା ସେଣ୍ଟ ଥମାସ୍ କନଭେଣ୍ଟ ସ୍କୁଲର କଳା ଶିକ୍ଷକ ଗୋକୁଳାନନ୍ଦ ଦାସ ସହ ପରିବାର ମୃତ୍ୟୁ ବେଳକୁ ଉପସ୍ଥିତ ଥିଲେ। ଶିଳ୍ପୀ କେଶୁଦାସ, ଜଉକଣ୍ଢେଇ ଶିଳ୍ପୀ କନକଲତା ଦାସ ସହ ଗ୍ରାମର ଗଣ୍ୟମାନ୍ୟ ବ୍ୟକ୍ତି  ତଥା ପୋଡିଶା, ବନ୍ଧୁ ବାନ୍ଧବ ଉପସ୍ଥିତ ହୋଇ ଶୋକ ପ୍ରକାଶ କରିଥିଲେ। ମୃତ୍ୟୁ ଖବର ପଚାର ହେବା ପରେ ଶୋକର ଛାୟା ଖେଳି ଯାଇଥିଲା ।