ପୁଅ - ବୋହୂଙ୍କୁ ବାପା ପୋଡ଼ି ଦେଇଥିବା ଘଟଣା: କଟକ ବଡ଼ ଡ଼ାକ୍ତରଖାନାରେ ପୁଅ ମୃତ

Dec 7, 2024 - 01:27
 36

ବାରଙ୍ଗ: ଭୁବନେଶ୍ୱର ଉପକଣ୍ଠ ବାରଙ୍ଗରେ ପୁଅ ଓ ବୋହୂଙ୍କୁ ବାପା ପେଟ୍ରୋଲ ଢ଼ାଳି ପୋଡ଼ିଦେଇଥିବା ଘଟଣାରେ ପୁଅ ଦୀନବନ୍ଧୁ ରାଉତଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ରାଉତ ପ୍ରାଣ ହରାଇଛନ୍ତି। ଗତ ରବିବାର ଚିକିତ୍ସାଧୀନ ବୋହୂଙ୍କ ମୃତ୍ୟୁ ହୋଇଥିଲା। ଗତ ଶନିବାର ଦିନ ବାରଙ୍ଗ ଗୋଡ଼ିସାହି ବାରସିଂହ ଗାଁରେ ନିଜ ପୁଅ ଓ ବୋହୂଙ୍କୁ ପୋଡ଼ିଦେଇଥିଲା ବାପା।