ସ୍କୁଲରେ ପାଣି ପିଇବା ପାଇଁ ନିୟମିତ ବ୍ୟବଧାନରେ ବାଜିବ ଘଣ୍ଟି

Apr 4, 2024 - 22:33
 6

ଭୁବନେଶ୍ୱର: ଓଡ଼ିଶାରେ ସ୍କୁଲରେ ପାଣି ପିଇବା ପାଇଁ ନିୟମିତ ବ୍ୟବଧାନରେ ଘଣ୍ଟି ବାଜିବ। ଜଳ ବିରତି ଘଣ୍ଟି ବଜାଇବା ନେଇ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ। ଏନେଇ ସବୁ ଡିଇଓ, ବିଇଓଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି। ଦୈନିକ କ୍ଲାସ ସମୟରେ ୩ ଥର ଜଳ ବିରତି ଘଣ୍ଟି ବାଜିବ। ସକାଳ ୮ଟା ୩୦, ୧୦ଟା ଏବଂ ୧୧ଟାରେ ବାଜିବ ଜଳ ବିରତି ଘଣ୍ଟି। ଘଣ୍ଟି ବାଜିଲେ ପାଣି ପିଇବେ ଛାତ୍ରଛାତ୍ରୀ। ଅଂଶୁଘାତ ଓ ଶରୀରରୁ ଜଳୀୟ ଅଂଶ ହ୍ରାସ ରୋକିବାକୁ ଏପରି ପଦକ୍ଷେପ ନେଇଛି ଗଣଶିକ୍ଷା ବିଭାଗ।