ବାଲେଶ୍ବରରେ ୬ଟି ମନ୍ଦିରରୁ ଚୋରି
ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳର ୬ଟି ମନ୍ଦିରରୁ ଚୋରି ହୋଇଥିବା ଜଣାପଡ଼ିଛି। ଖରିଦା ଓ ମାଣତ୍ରୀ ଗାଁରେ ୨ଟି ମନ୍ଦିରରୁ ରୂପା ମୂର୍ତ୍ତି ଓ ବଂଶୀ ଚୋରି ହୋଇଛି। ଅନ୍ୟ ୪ଟି ମନ୍ଦିରରୁ ମୂର୍ତ୍ତି ଓ ଦାନବାକ୍ସ ଚୋରି କରିଛନ୍ତି ଦୁର୍ବୃତ୍ତ। ସୂଚନା ଅନୁଯାୟୀ, ୬ଟି ମନ୍ଦିରରୁ ୧୫ ଲକ୍ଷରୁ ଅଧିକ ଟଙ୍କାର ମୂର୍ତ୍ତି ଚୋରି ହୋଇଥିବା ସୋର ଥାନାରେ ଅଭିଯୋଗ ହୋଇଛି।