ସୁନ୍ଦରଗଡରେ ବିଜେଡିର ପ୍ରତିବାଦ ସଭା: ବିଧାୟକ ଓ ଗ୍ରାମବାସୀଙ୍କ ଗିରଫ ବିରୋଧରେ ତୀବ୍ର ସମଲୋଚନା

Jun 12, 2025 - 09:59
Jun 12, 2025 - 10:00
 76
ସୁନ୍ଦରଗଡରେ ବିଜେଡିର ପ୍ରତିବାଦ ସଭା: ବିଧାୟକ ଓ ଗ୍ରାମବାସୀଙ୍କ ଗିରଫ ବିରୋଧରେ ତୀବ୍ର ସମଲୋଚନା

ସୁନ୍ଦରଗଡ | ୧୧ ଜୁନ ୨୦୨୫

ସୁନ୍ଦରଗଡରେ ବିଜୁ ଜନତା ଦଳ (ବିଜେଡି) ଆୟୋଜିତ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ, ତାଲସରା ଓ ରାଜଗାଙ୍ଗପୁର ବିଧାନସଭା ଅଞ୍ଚଳରୁ ଅଧିକ ଠାରୁ ୧୦,୦୦୦ ଜଣ ବିଜେଡି ସମର୍ଥକ ଏହି ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ।

ଏହି ବିରୋଧ ସଭାର ଆୟୋଜନ କରିଥିଲେ ସୁନ୍ଦରଗଡ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ। ସେ ବରପାଲି ଓ ହେମଗିର ବ୍ଲକର ଗ୍ରାମବାସୀଙ୍କ ସହିତ ମିଶି ଅନିୟମିତ କୋଇଲା ଓ ରେଳ ଷ୍ଟେସନ ଚାଳନା ବିରୋଧରେ ଶାନ୍ତିପୂର୍ଣ୍ଣ ଧରଣା ଦେଇଥିଲେ। କିନ୍ତୁ ପ୍ରଶାସନ ତାଙ୍କୁ ଓ ଗ୍ରାମବାସୀଙ୍କୁ ଗିରଫ କରିଥିଲା, ଯାହାକୁ ନେଇ ଏହି ସଭାରେ ତୀବ୍ର ପ୍ରତିବାଦ କରାଯାଇଛି।

ସଭାରେ ଉପସ୍ଥିତ ଥିଲେ:
ଶ୍ରୀ ନିରଞ୍ଜନ ପୁଜାରୀ, ବିଧାୟକ, ଡ଼ଃ ଅରୁଣ କୁମାର ସାହୁ, ବିଧାୟକ, ଶ୍ରୀ ମଙ୍ଗଳ କିସାନ, ପୂର୍ବତନ ସାଂସଦ, ଶ୍ରୀ ବ୍ରଜ କିଶୋର ପ୍ରଧାନ, ବିଧାୟକ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ବିଧାୟିକା, ଶ୍ରୀ ରୋହିତ ଜୋସେଫ ତିର୍କି, ବିଧାୟକ,
ଶ୍ରୀ ଏସ୍ ହରିପାଳ, ବିଧାୟକ, ଶ୍ରୀ ଆର୍. ଆର୍. ବିଶ୍ଵଳ, ବିଧାୟକ, ଶ୍ରୀମତୀ ବର୍ଷା ସିଂହ ବରିହା, ବିଧାୟିକା, ସୁଶ୍ରୀ ଦୀପାଳୀ ଦାସ, ପୂର୍ବତନ ବିଧାୟିକା ଓ ଅନ୍ୟାନ୍ୟ ବିଜେଡି ନେତା, ନେତ୍ରୀ, ଛାତ୍ର ତଥା ଦଶ ହଜାରରୁ ଅଧିକ ସଂଖ୍ୟକ ସମର୍ଥକ ଯୋଗଦାନ କରିଥିଲେ।

ଏହି ବୃହତ୍ତର ଆନ୍ଦୋଳନର ଶେଷରେ ବିଜେଡି ନେତାମାନେ ଏକ  ସ୍ମାରକପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟନୀୟ ମୁଖ୍ୟମନ୍ତ୍ରୀଙ୍କୁ ଦାଖଲ କରିଥିଲେ।

ସ୍ମାରକପତ୍ରର ମୁଖ୍ୟ ସମସ୍ୟାଗୁଡ଼ିକ ଥିଲା:

1. ବରପାଲି ଓ ତଦନ୍ତର ଅଞ୍ଚଳରେ ଅନିୟମିତ କୋଇଲା ବ୍ୟବସ୍ଥାପନ ଏବଂ ରେଳ ସାଇଡିଂ ଦ୍ୱାରା ଶୃଷ୍ଟି ହେଉଥିବା ପ୍ରଦୂଷଣ ଓ ସାଧାରଣ ଜନଜୀବନ ଉପରେ ପ୍ରଭାବ।
2. ଗ୍ରାମ ସଭାରେ ହୋଇଥିବା resolution ବିରୁଦ୍ଧରେ ରେଳ ସାଇଡିଂର କାମ ଚାଲୁ କରାଯିବା।
3. ସ୍ଥାନୀୟ ଯୁବକମାନେ ଓ ଛୋଟ ଟ୍ରାନ୍ସପୋର୍ଟର୍ ବାହାରର ଠିକାଦାରଙ୍କ ଦ୍ୱାରା ପ୍ରତାଡ଼ିତ ହେଉଛନ୍ତି ଓ ବେକାରୀ ସମସ୍ୟା ଦେଖା ଦେଇଛି।
4. ଛାତ୍ରଛାତ୍ରୀ ଓ ବୃଦ୍ଧଙ୍କ ନିମନ୍ତେ ସଡ଼କ ସୁରକ୍ଷା ନ ଥିବା।

ଦାବିଗୁଡ଼ିକ:

1. ଅଗଣତାନ୍ତ୍ରିକ ଗିରଫ ପ୍ରତି ନିନ୍ଦା ଏବଂ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ।
2. ନ୍ୟାୟିକ ବା ସ୍ୱାଧୀନ ତଦନ୍ତ।
3. ଅନିୟମିତ କୋଇଲା ବ୍ୟବସ୍ଥା ଓ ରେଳ ସାଇଡିଂ ତୁରନ୍ତ ବନ୍ଦ।
4. ପ୍ରଦୂଷଣ ନିୟନ୍ତ୍ରଣ ଓ ବିକଳ୍ପ ପରିବହନ ମାର୍ଗର ବିକାଶ।
5. ଗଠନ ମୂଳକ ମଞ୍ଚ ପ୍ରଦାନ କରିବା, ଯେଉଁଠି ଗ୍ରାମବାସୀ, ପ୍ରଶାସନ ଓ ଶିଳ୍ପପତି ମିଶି ସମାଧାନର ରାସ୍ତା ପାଇପାରିବେ।

ଶ୍ରୀ ଯୋଗେଶ ସିଂହ ତାଙ୍କ ଭାଷଣରେ କହିଲେ:
"ମୁଁ ମୋର ଲୋକଙ୍କ ଦୁଃଖ, ଭୟ ଓ ଅସୁବିଧା ପାଇଁ ଲଢ଼ିବାକୁ ଅଣ୍ଟା ଭିଡ଼ିଛି। ଏହି ଆନ୍ଦୋଳନ ଗ୍ରାମୀଣ ଓଡ଼ିଶାର ସ୍ୱର ଓ ଆତ୍ମ-ଗୌରବ ରକ୍ଷା ପାଇଁ ମୁଁ ପ୍ରତିଜ୍ଞାବଦ୍ଧ।"

ସଭା ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ହେଲା ଓ ଏହାକୁ ଏକ ଭାବୁକ ଏବଂ ସଫଳ ଆନ୍ଦୋଳନ ବୋଲି ବିଜେଡି କର୍ମୀମାନେ ବର୍ଣ୍ଣନା କଲେ।

ସଞ୍ଜୟ ପଟ୍ଟନାୟକ 
ସୁନ୍ଦରଗଡ