ରାଧାଙ୍କ ପୀଡା

କୃଷ୍ଣ ଓ ରାଧା ସ୍ୱର୍ଗରେ ବିଚରଣ କରୁଥିବା ବେଳେ, ହଠାତ ମୁହାଁ- ମୁହିଁ ହେଇଗଲେ। ବିଚଳିତ ଥିଲେ କୃଷ୍ଣ, ଖୁସି ଦେଖାଯାଉଥିଲେ ରାଧା... କୃଷ୍ଣ ଅସମଞ୍ଜସ ଅନୁଭବ କଲେ, ରାଧା ମୁରୁକି ହସୁଥିଲେ । କୃଷ୍ଣ କିଛି କହନ୍ତେ, ତା ପୂର୍ବରୁ ରାଧା କହିଉଠିଲେ: କେମିତି ଅଛ ଦ୍ଵାରକାଧୀଶ ? ଯୋଉ ରାଧା ସର୍ବଦା କୃଷ୍ଣଙ୍କୁ କାହ୍ନା, କାହ୍ନା ଡାକୁଥିଲେ, ତାଙ୍କ ମୁହଁରୁ ‘ଦ୍ଵାରକାଧୀଶ’ ଶବ୍ଦ ଶୁଣି କୃଷ୍ଣଙ୍କୁ ହୃଦୟରୁ ଆଘାତ ଦେଲା। ତଥାପି କୌଣସି ପ୍ରକାରେ ନିଜକୁ ସମ୍ଭାଳି ନେଲେ, ଓ ରାଧାଙ୍କୁ କହିଲେ... ମୁଁ ତ ତୁମ ପାଇଁ ଆଜି ବି କାହ୍ନା, ତମେ ଦ୍ଵାରକାଧୀଶ କହିବା ଛାଡ, ଆସ ବସି ପଡ଼, କିଛି ମୁଁ କହିବି, କିଛି ତମେ କହିବ। ସତ କହୁଛି ରାଧା, ଯେବେ, ଯେବେ ତମେ ମନେ ପଡ଼ୁଥିଲ, ଏଇ ଆଖରୁ ଟୋପା, ଟୋପା ଲୁହ ଝରିଆସୁଥିଲା।
ରାଧା କହିଲେ: ମୋ ସହିତ ଏମିତି କିଛି ଘଟି ନାହିଁ, ନା ତମେ ମନେ ପଡିଲ, ନା ମୋ ଆଖରୁ ଲୁହ ଝରିଲା । ମୁଁ ତୁମକୁ କେବେ ଭୂଲିଥିଲି ଯେ ମନେ ପଡନ୍ତ, ଏଇ ଆଖିରେ ସର୍ବଦା ତମେ ରହିଥିଲ, ଲୁହ ସହିତ କାଳେ ତମେ ବାହାରି ନ ଯାଅ, ତେଣୁ ଭୟରେ କାନ୍ଦୁନଥୁଲି। ପ୍ରେମର ସ୍ଵରୂପ ବଦଳିଯିବାରୁ, ଜାଣିଛ କୃଷ୍ଣ ତମେ କଣ ହରାଇଲ ଏହାର ପ୍ରତିଫଳନ ଦେଖେଇବି କି? କିଛି କଟୁ ସତ୍ୟ, ପ୍ରଶ୍ନ କଲେ ଉତ୍ତର ଦେଇପାରିବ? କେବେ ଭାବିଥିଲ, ଏତେ ପ୍ରସିଦ୍ଧି ଲାଭ କଲାପରେ ତମେ କେ ପଛେଇଯାଇଛ? ଯମୁନାର ମିଠା ପାଣିରୁ ଜୀବନ ଆରମ୍ଭ କରିଥିଲ ଏବଂ ସାଗରର ଲୁଣି ପାଣି ପର୍ଯ୍ୟନ୍ତ ପହଞ୍ଚିଗଲ। ଗୋଟିଏ ଆଙ୍ଗୁଳିରେ ଚାଲୁଥିବା ସୁଦର୍ଶନ ଚକ୍ର ଉପରେ ଭରସା କରିନେଲ, ଏବଂ ଦଶ ଆଙ୍ଗୁଳିରେ ଚାଲୁଥିବା ବଂଶୀକୁ ଭୁଲିଗଲ। କାହ୍ନା ଯେବେ ତମେ ପ୍ରେମରେ ବନ୍ଧାଥିଲ, ସେତେବେଳେ... ଯେଉଁ ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତ ଉଠାଇ ଲୋକଙ୍କୁ ବିନାଶରୁ ରକ୍ଷା କରୁଥିଲା, ପ୍ରେମରୁ ପୃଥକ ହେଲାପରେ ସେହି ଆଙ୍ଗୁଳି ପୁଣି, କଣ, ଜଣ ରଙ୍ଗ ଦେଖେଇଲା ?
ସୁଦର୍ଶନ ଚକ୍ର ଉଠାଇ ବିନାଶ କାର୍ଯ୍ୟରେ ବିନିଯୋଗ ଯୋଗ କଲ। କାହ୍ନା ଓ ଦ୍ଵାରକାଧୀଶ ମଧ୍ୟରେ ରେ କଣ ଫରକ ଅଛି, କହିବି କି?
କାହ୍ନା ହେଇଥିଲେ ତମେ ସୁଦାମାଙ୍କ ଘରକୁ ଯାଇଥାନ୍ତ, ସୁଦାମା ତୁମ ଘରକୁ ଆସିନଥାନ୍ତେ... ଯୁଦ୍ଧ ଓ ପ୍ରେମରେ ଏଇତ ଫରକ। ଯୁଦ୍ଧରେ ତମେ ଜୀବନ ନେଇ ଜିତିଥାଅ, ପ୍ରେମରେ ତମେ ନିଜ ଜୀବନ ଉତ୍ସର୍ଗ କରି ହୃଦୟ ଜିତିଥାଅ।
କାହ୍ନା ପ୍ରେମରେ ଡୁବିଥୁବା ବ୍ୟକ୍ତି, ଦୁଃଖୁତ ହୋଇପାରେ, କିନ୍ତୁ କାହାକୁ ଦୁଃଖ ଦିଏ ନାହିଁ । ତୁମେ ତ ଅନେକ କଳାକୌଶଳର ମାଲିକ ଅଟ... ସ୍ଵୟଂ ଦୂରଦ୍ରଷ୍ଟା, ଗୀତା ଭଳି ଗ୍ରନ୍ଥର ମୂଳାଧାର।... କିନ୍ତୁ ତମେ କଣ ନିର୍ଣୟ ନେଲ, ନିଜର ପୁରା ସୈନ୍ୟ କୌରବଙ୍କୁ ସମର୍ପିତ କରିଦେଲ? ଏବଂ ନିଜକୁ ପାଣ୍ଡବଙ୍କ ପକ୍ଷରେ କରିନେଲେ? ସେନା ତ ଆପଣଙ୍କ ପ୍ରଜା ଥିଲେ, ରାଜା ତ ପ୍ରଜାଙ୍କ ପାଳନକର୍ତ୍ତା, ତାଙ୍କର ରକ୍ଷକ ହେବା କଥା। ତୁମ ଭଳି ମହାଜ୍ଞାନୀ ସେଇ ରଥକୁ ଚଲାଉଥିଲ ଯେଉଁଥିରେ ଅର୍ଜୁନ ବସିଥିଲେ। ତମ ସେନାଙ୍କୁ ଅର୍ଜୁନ ମାରୁଥିଲେ, ପ୍ରଜାଙ୍କ ମରିବା ଦେଖି, କେମିତି ତୁମକୁ କରୁଣା ଆସିଲା ନାହିଁ? କାରଣ ତମେ ପ୍ରେମଶୂନ୍ୟ ହୋଇ ଯାଇଥୁଲ। ଆଜି ମଧ୍ୟ ମର୍ତ୍ତ୍ୟପୁରକୁ ଯାଇ ଦେଖ, ତମେ ଦ୍ଵାରକାଧୀଶ ଛବିକୁ ଖୋଜିବାରେ ଲାଗିଯିବ। ପ୍ରତ୍ୟେକ ଘର ଏବଂ ପ୍ରତ୍ୟେକ ମନ୍ଦିରରେ ତମେ ମୋ ସହିତ ଶୋଭା ପାଉଥିବ। ଆଜି ମଧ୍ୟ ମୁଁ ବିଶ୍ଵାସ କରେ, ଲୋକେ ଗୀତାର ଜ୍ଞାନ ବିଷୟରେ ଚର୍ଚ୍ଚା କରନ୍ତି, ତାହାର ଗୁରୁତ୍ବକୁ ବୁଝନ୍ତି। କିନ୍ତୁ, ଏହି ମର୍ତ୍ତ୍ୟଲୋକର ଲୋକମାନେ, ଯୁଦ୍ଧ କରୁଥିବା ଦ୍ଵାରକାଧୀଶ ଉପରେ ନୁହଁ, ବରଂ ପ୍ରେମ ଅଜାଡ଼ୁଥିବା ସେ କାହ୍ନା ଉପରେ ଭରସା କରନ୍ତି। ମୋ ନାଁ ଗୀତାରେ କୋଉଠି ଉଲ୍ଲେଖ ନାହିଁ, କିନ୍ତୁ ଆଜି ମଧ୍ୟ ଗୀତାର ସମାପନରେ ଲୋକେ ରାଧେ, ରାଧେ କହିଥାନ୍ତି।
ସଞ୍ଜୟ ପଟ୍ଟନାୟକ
ସୁନ୍ଦରଗଡ଼