ବିଶିଷ୍ଟ ଗବେଷକ ତଥା ସାହିତ୍ୟିକ ବୈଷ୍ଣବ ଚରଣ ମହାନ୍ତିଙ୍କୁ ସପ୍ତମ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

Jun 23, 2025 - 16:10
Jun 23, 2025 - 16:10
 13
ବିଶିଷ୍ଟ ଗବେଷକ ତଥା ସାହିତ୍ୟିକ ବୈଷ୍ଣବ ଚରଣ ମହାନ୍ତିଙ୍କୁ ସପ୍ତମ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

Product Name - Kesh Art Bhringraj & Neem Hair Cleanser for Controlling Hair fall & Dandruff


Product link -

Powered by myUpchar

Product Name - myUpchar 2% Salicylic Acid Serum For Acne, Pimples, Blackheads & Open Pores for both Women & Men - 50ml

Product Link -

Powered by myUpchar

ଆମ ମାଟିର ଅଗଣିତ ପ୍ରେରଣାପ୍ରଦ ମଣିଷଙ୍କୁ ପୂଜା କରି ସେମାନଙ୍କ ଉନ୍ମୁଖ ଚେତନା, ଉତ୍ସର୍ଗୀକୃତ ଆତ୍ମା, ମୌଳିକ ବିଚାର ଓ ପ୍ରେରଣାର ତାଡ଼ନାରେ ଅଭିଭୂତ ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ ହାତକୁ ନେଇଛି ସ୍ବତନ୍ତ୍ର ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ! ଏହାର ସପ୍ତମ ପର୍ବ ଭାବେ ଉତ୍କଳୀୟ ଭାଷାସାହିତ୍ୟର ସୃଜନ ଓ ପ୍ରଚାରପ୍ରସାର ପ୍ରତି ଅନୁରାଗ, ଶ୍ରଦ୍ଧା, ନିଷ୍ଠା ଓ ତ୍ୟାଗର ପ୍ରୟୋଗରେ ଅନନ୍ୟ ଉଦାହରଣ ସୃଷ୍ଟି କରି ପାରିଥିବା ମହାନ ସାଧକ ବୈଷ୍ଣବ ଚରଣ ମହାନ୍ତି ମହୋଦୟଙ୍କୁ ତାଙ୍କ ରାଜଧାନୀସ୍ଥିତ ବାସଭବନରେ ସମ୍ବର୍ଦ୍ଧିତ କରାଯାଇଛି 

ଶ୍ରୀଯୁକ୍ତ ମହାନ୍ତିଙ୍କ ପରି ଜଣେ ସମର୍ପିତ ଗବେଷକ ତଥା ସାହିତ୍ୟସାଧକଙ୍କୁ ତାଙ୍କ ସାଧନାର ସଫଳ କାମନା ସହିତ ତାଙ୍କୁ ସମ୍ବର୍ଦ୍ଧିତ କରି ଅନ୍ତରଙ୍ଗ କଳିଙ୍ଗ ନିଜକୁ ଗୌରବମଣ୍ଡିତ କରିପାରିଛି ନିଶ୍ଚୟ !

ଫାଉଣ୍ଡେସନର ଟ୍ରଷ୍ଟିସମୂହ ତଥା ସାହିତ୍ୟିକ ଶ୍ରୀଯୁକ୍ତ ଅମ୍ବିକା ପଟ୍ଟନାୟକ, ବିଶିଷ୍ଟ ଚିତ୍ରନିର୍ମାତା ଶେଖ୍ ଗୁଲଜାର ହୁସେନ, ଐତିହ୍ୟ ତଥା ସଂସ୍କୃତିପ୍ରେମୀ ଅସୀମ ଅମିତାଭ ଶତପଥୀ ଏବଂ ଜ୍ଞାନ ରଞ୍ଜନ ନନ୍ଦ ପ୍ରମୁଖ ଶ୍ରୀଯୁକ୍ତ ମହାନ୍ତିଙ୍କୁ ବାସଭବନରେ ଏକ ଭାବପୂର୍ଣ୍ଣ ପରିବେଶରେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।

ନିଜ ଉତ୍କର୍ଷତାର ଅଭିପ୍ରେରଣା ସ୍ଵରୂପ ଶ୍ରୀଯୁକ୍ତ ମହାନ୍ତିଙ୍କ ନିଷ୍ଠା ଓ ସାଧନା ଉଜ୍ଜୀବିତ ହେଉ, ଉତ୍କଳୀୟ ଭାଷାସଂସ୍କୃତି ଭଣ୍ଡାରକୁ ସେ ଏମିତି ରୁଦ୍ଧିମନ୍ତ କରୁଥାନ୍ତୁ ।