ରାଜୁଆ ନଦୀରେ ହଜାର ହଜାର ସଂଖ୍ୟାରେ ମଲା ମାଛ

Jun 25, 2024 - 21:28
 10

କଣାସ: ପୁରୀ ଜିଲ୍ଲା କଣାସ ଠାରେ ରାଜୁଆ ନଦୀ ଜଳ ବିଷାକ୍ତ ହୋଇଥିବା ଜଣାପଡ଼ିଛି। ନଦୀରେ ହଜାର ହଜାର ସଂଖ୍ୟାରେ ମଲା ମାଛ ଭାସୁଥିବା ଦେଖିବାକୁ ମିଳିଛି। ନଦୀ କୂଳରେ ମଧ୍ୟ କୁଢ଼ କୁଢ଼ ମଲା ମାଛ ପୋଚି ନଷ୍ଟ ହୋଇଥିବା ସୂଚନା ମିଳିଛି। ନଦୀ ଉପରେ ନିର୍ଭର କରୁଥିବା ଲୋକ ଆତଙ୍କିତ ହୋଇଛନ୍ତି।