ମାସକରେ ଭୁବନେଶ୍ବରରେ ଥିବା ମୁକୁଳା ଡ୍ରେନ୍ରେ ପଡ଼ିବ ସ୍ଲାବ୍
ଭୁବନେଶ୍ୱର: ଭୁବନେଶ୍ବରରେ ମାସକରେ ପଡ଼ିବ ମୁକୁଳା ଡ୍ରେନ୍ରେ ସ୍ଲାବ। ସପ୍ତାହକରେ ବାରିକେଡ କାମ ସରିବ। ଏହି ସୁଚନା ଦେଇଛନ୍ତି ଭୁବନେଶ୍ୱର ମହାନଗ (ବିଏମ୍ସି) ର ନିଗମର କମିଶନର ରାଜେଶ ପ୍ରଭାକର ପାଟିଲ। ଭୁବନେଶ୍ବର ସହରରେ ମୋଟ ୧୮୦୦ କିମି ଡ୍ରେନ୍ ରହିଛି। ବିଏମ୍ସି ଅଧୀନରେ ୧୩୮୦ କିମି ଡ୍ରେନ୍, ୨୭ କିମି ମୁକୁଳା ଡ୍ରେନ୍। କିଛି ସ୍ଥାନରେ ଜବରଦଖଲ ରହିଛି। ସେ ଗୁଡ଼ିକ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଉଛି। ବ୍ୟାରିକେଡ୍ ପାଇଁ ୩୪ଟି ସ୍ଥାନ ଚିହ୍ନଟ କରାଯାଇଛି।